ଇସଲାମାବାଦ: ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୨ୟ ଥର ଆକ୍ରମଣ କରାଯିବା ପରେ ପାକ୍ ରେଳ ମନ୍ତ୍ରୀ ଶେଖ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏଣିକି ତୋପ ଆଉ ଗୁଳିରେ ପାରମ୍ପରିକ ଯୁଦ୍ଧ ହେବ ନାହିଁ, ବରଂ ସିଧା ପରମାଣୁ ଯଦ୍ଧ ହେବ ବୋଲି ଭାରତର ନାମ ନ ନେଇ ସେ ଚେତାବନୀ ଦେଇଛନ୍ତି। ଭାରତର ଆକ୍ରମଣ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରଶୀଦ କହିଛନ୍ତି, ଏହା ଦେଶ ପାଇଁ ବଡ଼ ବିପଦ ଏବଂ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ। କିନ୍ତୁ ଆଉ ପାରମ୍ପରିକ ଯୁଦ୍ଧ ହେବ ନାହିଁ। ଯେଉଁମାନଙ୍କର ବୁଦ୍ଧି ନାହିଁ ସେମାନେ ଭାବୁଛନ୍ତି ୪/୬ ଦିନ ଟ୍ୟାଙ୍କ, ତୋପ ଚାଲିବ ଅଥବା ଯୁଦ୍ଧ ବିମାନ କିମ୍ବା ନୌସେନା ଗୁଳି ଚାଳନା କରିବ। ଆଦୌ ନୁହେଁ। ଏହା ଏକ ପରମାଣୁ ଯୁଦ୍ଧ ହେବ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସେ ଏଭଳି ମନ୍ତବ୍ୟ ଦେବା ସହିତ ପାକିସ୍ତାନ ପାଖରେ ୧୦୦ ଗ୍ରାମ ଏବଂ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ରହିଛି ବୋଲି କହିଥିଲେ।
ପିଓକେରେ ଆକ୍ରମଣ ପରେ ପାକିସ୍ତାନୀ ମନ୍ତ୍ରୀଙ୍କ ଧମକ; ଏଣିକି ତୋପ ନୁହେଁ, ସିଧା ପରମାଣୁ ଯୁଦ୍ଧ
Popular Categories



