ସୁନ୍ଦରଗଡ଼ : ସୁନ୍ଦରଗଡ଼ର ଭାରପ୍ରାପ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡ଼ିଏମଓ)ଙ୍କୁ ନିଲମ୍ବନ ପ୍ରତିବାଦରେ ସୋମବାର ବିଜେପି ପକ୍ଷରୁ ୬ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଉଛି। ନିଲମ୍ବନକୁ ବିରୋଧ କରାଯିବା ସହ ଏହାର ପ୍ରତ୍ୟାହାର ଦାବିରେ ଦଳ ପକ୍ଷରୁ ଏହି ବନ୍ଦ ପାଳନ ହେଉଛି। ସକାଳ ୬ଟାରୁ ଏହି ବନ୍ଦ ପାଳନ କରାଯାଉଥିବା ଜଣାପଡ଼ିଛି। ବନ୍ଦର ପ୍ରଭାବରେ ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ମାତ୍ର ଶିକ୍ଷାନୁଷ୍ଠାନ, ଡ଼ାକ୍ତରଖାନା ଓ ବ୍ୟାଙ୍କକୁ ଏହି ବନ୍ଦରୁ ବାଦ ଦିଆଯାଇଛି। ଏହାସହ ଯାନବାହନ ଚଳାଚଳ ମଧ୍ୟ ସ୍ୱଭାବିକ ରହିଛି। ସୂଚନାଯୋଗଗ୍ୟ ‘ମୋ ସରକାର’ କାର୍ଯ୍ୟକ୍ରମରେ ଅବହେଳା କରିବା ଅଭିଯୋଗରେ (ସିଡ଼ିଏମଓ)ଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ।
Popular Categories



