www.samajalive.in
Saturday, December 6, 2025
16.1 C
Bhubaneswar

ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ, ନିଷ୍ପତ୍ତି ନେବେ ମାଡ୍ରାସ ହାଇକୋର୍ଟ

ନୂଆଦିଲ୍ଲୀ: ଫେସବୁକ୍‌, ହ୍ବାଟ୍ସଆପ୍‌ ଭଳି ସୋସିଆଲ ମିଡିଆ ଆକାଉଣ୍ଟ ସହିତ ଆଧାର କାର୍ଡ ଲିଙ୍କ କରିବା ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଏ ସମ୍ପର୍କରେ ମାଡ୍ରାସ ହାଇକୋର୍ଟରେ ଆବେଦନ କରିବାକୁ କୋର୍ଟ ଆବେଦନକାରୀଙ୍କୁ କହିଛନ୍ତି। ପିଟିଶନର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, ସବୁକିଛି ସୁପ୍ରିମକୋର୍ଟକୁ ଆସିବା ଦରକାର ନାହିଁ। ଏହି ପ୍ରସଙ୍ଗ ମାଡ୍ରାସ ହାଇକୋର୍ଟଙ୍କ ନିକଟରେ ବିଚାରାଧୀନ ରହିଛି। ତୁମେ ସେଠାରେ ଆବେଦନ କର ବୋଲି ଆବେଦନକାରୀ ଫେସବୁକ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ଅଶ୍ଵିନୀ ଉପାଧ୍ୟାୟଙ୍କୁ ସୁପ୍ରିମକୋର୍ଟ କହିଛନ୍ତି।

ସୂଚନା ଅନୁସାରେ, ମାଡ୍ରାସ ହାଇକୋର୍ଟରେ ଏ ସମ୍ପର୍କିତ ୨ଟି ଆବେଦନ ବିଚାରାଧୀନ ରହିଛି। ଆଧାର ନମ୍ବର ସୋସିଆଲ ମିଡିଆ ଆକାଉଣ୍ଟରେ ଲିଙ୍କ ହୋଇପାରିବନି, କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ମେସେଜଗୁଡ଼ିକୁ ଠାବ କରିବାର ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରିବାକୁ ହାଇକୋର୍ଟ କହିଥିଲେ। ସେହିପରି ବମ୍ବେ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ମଧ୍ୟ ଅନୁରୂପ ୨ଟି ପିଟିଶନ ବିଚାରାଧୀନ ରହିଛି। ମାଡ୍ରାସ ହାଇକୋର୍ଟଙ୍କ ରାୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ଏସବୁ ମାମଲାର ଏକତ୍ର ଶୁଣାଣି କରିବା ଲାଗି ସମସ୍ତ ପିଟିଶନକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରିବା ପାଇଁ ଫେସବୁକ୍‌ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories