www.samajalive.in
Monday, December 15, 2025
16.1 C
Bhubaneswar

କୁକୁର କାମୁଡ଼ାରେ ନାବାଳିକା ମୃତ

ଲକ୍ଷେ୍ନø: ଉତ୍ତରପ୍ରଦେଶ ସୀତାପୁର ଜିଲା ମହେଶପୁର-ଚିଲ୍‍ୱାର ଗ୍ରାମରେ ବୁଲା କୁକୁର କାମୁଡ଼ାରେ ରୀନା ନାମ୍ନୀ ଜଣେ୧୦ ବର୍ଷର ଝିଅର ମୃତ୍ୟୁ ଘଟିଛି। ତିନି ସାଥୀଙ୍କ ସହିତ ଆମ୍ବ ତୋଳିବାକୁ ଯାଇଥିବା ବେଳେ ସେମାନେ ବୁଲା କୁକୁର ଆକ୍ରମଣର ଶିକାର ହୋଇଥିଲେ। ଅନ୍ୟ ତିନି ଜଣ କୌଣସି ଉପାୟରେ ଖସି ଆସିଥିଲେ ମଧ୍ୟ ରୀନା ବର୍ତ୍ତି ପାରିନଥିଲେ। ଗାଁ ଲୋକେ ରୀନାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ରୀନାଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ୟାର ସମାଧାନ ପାଇଁ ଜିଲା ପ୍ରଶାସନ ବିହିତ ପଦକ୍ଷେପ ନେଉ ନ ଥିବାରୁ ଗାଁ ଲୋକେ ରୀନାଙ୍କ ଶବ ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଜିଲା ପ୍ରଶାସନ ପଦକ୍ଷେପ ନ ନେଲେ କୁକୁର ନିପାତ ପାଇଁ ଲୋକମାନେ ଉଦ୍ୟମ କରିବେ ବୋଲି ଚେତାବନୀ ଦେଇଛନ୍ତି।
୨୦୧୭ ନଭେମ୍ବର ୧ ତାରିଖରୁ ଏ ପର୍ଯ୍ୟନ୍ତ ସେହି ଗ୍ରାମରେ କୁକୁର କାମୁଡ଼ାରେ ୧୩ ଜଣଙ୍କ ମୃତ୍ୟୁ ଘଟି ସାରିଲାଣି। ସେମାନଙ୍କ ମଧ୍ୟରୁ ଗତ ୧ ତାରିଖରୁ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତ ଦୁଇ ଦିନ ତଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୀତାପୁର ଜିଲା ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ବିହିତ ପଦକ୍ଷେପ ନେବା ଲାଗି ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଶିଶୁ ଓ ନାବାଳକଙ୍କୁ ବାହାରକୁ ନ ଛାଡ଼ିବା ପାଇଁ ପ୍ରଶାସନ ଲୋକଙ୍କୁ ପରାମର୍ଶ ଦେଇଛି। ଲୋକଙ୍କୁ ବୁଝାଇବା ପାଇଁ ସୀତାପୁର ଜିଲାପାଳ ଶୀତଲ ବର୍ମା ବିଡିଓ, ସରପଞ୍ଚ, ଡାକ୍ତର, ଶିକ୍ଷକଙ୍କୁ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories