www.samajalive.in
Sunday, December 14, 2025
19.1 C
Bhubaneswar

୨୧ ଜୁନରେ ଆକାଶରେ ନଜର ଆସିବ ଷ୍ଟ୍ରବେରୀ ମୁନ୍

ନୂଆଦିଲ୍ଲୀ : ୨୧ ଜୁନରେ ଆକାଶରେ ବିରଳ ଦୃଶ୍ୟ ଦେଖିବାକୁ ମିଳିବ । ସାରା ବିଶ୍ବ ପାଇଁ ଏହା ବହୁତ ଖାସ୍ ହେବ । ସେଦିନ ପୂର୍ଣ୍ଣିମା ରାତି । ତେବେ ଦେଶ ବିଦେଶରେ ଏହା ଭିନ୍ନ ଭିନ୍ନ ନାଁରେ ଜଣାଯାଏ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ୨୧ ଜୁନରେ ଦିନ ବହୁତ ବଡ ହେବ ଏବଂ ରାତିରେ ଆକାଶରେ ବିରଳ ଦୃଶ୍ୟ ନଜର ଆସିବ । ଏହି ଦିନ ଚନ୍ଦ୍ର ଅତି ସୁନ୍ଦର ନଜର ଆସିବ ଏବଂ ସାମାନ୍ୟ ଗୋଲାପୀ ରଙ୍ଗର ଦୃଶ୍ୟମାନ ହେବ । ଏହାକୁ ‘ଷ୍ଟ୍ରବେରୀ ମୁନ୍’ ମଧ୍ୟ କୁହାଯାଏ ।

ୟୁରୋପ ମହାଦ୍ବୀପର ଉତ୍ତରାଞ୍ଚଳରେ ଜହ୍ନ ନାଲି ରଙ୍ଗର ଦେଖାଯିବ । ଯେବେ ଜହ୍ନ ଆକାଶରେ ବହୁତ ତଳେ ନଜର ଆସେ ସେହି ସମୟରେ ନାଲି ରଙ୍ଗର ନଜର ଆସିବା ସମ୍ଭାବନା ବଢିଯାଏ । ଜହ୍ନର ଏହି ଆଲୋକ ୨୦ ଜୁନରେ ମଧ୍ୟ ନଜର ଆସିବ ଏବଂ ୨୨ ଜୁନରେ ମଧ୍ୟ ଦେଖିବାକୁ ମିଳିବ । ଅନ୍ୟପଟେ ଭାରତ ସମେତ ସାରା ଏସିଆ ମହାଦେଶରେ ପୂର୍ଣ୍ଣିମାରେ ଦେଖିବାର ସବୁଠାରୁ ଉପଯୁକ୍ତ ସମୟ ଶୁକ୍ରବାର ହେବ । ଷ୍ଟ୍ରବେରୀ ମୁନ୍ ସମୟରେ ଏହା ଆସାଧାରଣ ରୂପେ ବଡ ଦେଖାଯିବ କିନ୍ତୁ ଏହା ସୁପରମୁନ୍ ହେବନି । ସୁପରମୁନ୍ ଦେଖିବା ପାଇଁ ଅଗଷ୍ଟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ । ଜୁନ ମାସର ପୂର୍ଣ୍ଣିମାକୁ ଆମେରିକାର ଜନଜାତିମାନେ ଷ୍ଟ୍ରବେରୀ ମୁନ୍ ନାଁ ଦେଇଛନ୍ତି ।

ପୂର୍ବ ପୁରୁଷଙ୍କ ଆଶୀର୍ବାଦରେ ଖୋଲେ ବନ୍ଦ ଭାଗ୍ୟର ତାଲା ; ଜାଣନ୍ତୁ କେମିତି କରିବେ ପ୍ରସନ୍ନ..

- Advertisement -

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories