www.samajalive.in
Saturday, December 6, 2025
23.1 C
Bhubaneswar

କ୍ୱାରେଣ୍ଟାଇନ ଶେଷ କରିଥିବା ଶ୍ରମିକଙ୍କୁ ରାଜ୍ୟ ଭିତରେ କାମ ପାଇଁ ଅନୁମତି

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶନିବାର ଦିନ ୧୪ ଦିନିଆ କ୍ୱାରେଣ୍ଟାଇନ ଅବଧି ସମାପ୍ତ କରିଥିବା ଶ୍ରମିକଙ୍କୁ ରାଜ୍ୟ ଭିତରେ କାମ କରିବାକୁ ଅନୁମତି ଦେଇଛନ୍ତି। ସେମାନେ ନିଜ କର୍ମସ୍ଥଳୀକୁ ଯାଇ ପୁଣି କାର୍ଯ୍ୟରେ ଯୋଗ ଦେଇପାରିବେ।

ରାଜ୍ୟ ସରକାରଙ୍କ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ଭିତରେ କାମ କରିବାକୁ ଚାହୁଁଥିବା ଶ୍ରମିକମାନେ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରିପାରିବେ। ଏ ନେଇ ରାଜସ୍ୱ ବିଭାଗ କେତେକ ନିର୍ଦ୍ଦେଶାବଳୀ ଜାରି କରିଛି। ନିର୍ଦ୍ଦେଶାବଳୀ ଅନୁଯାୟୀ ଓଡିଶା ମଧ୍ୟରେ ଶିଳ୍ପ କିମ୍ବା ଏଜେନ୍ସି ଶ୍ରମ କଣ୍ଟ୍ରାକ୍ଟରମାନେ ସେମାନଙ୍କ ଶ୍ରମିକମାନଙ୍କୁ ନିର୍ଦ୍ଦିଷ୍ଟ ବସ୍‌ରେ ରହଣି ସ୍ଥଳରୁ କର୍ମକ୍ଷେତ୍ରକୁ ନେଇ ପାରିବେ ଏବଂ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିର୍ଦ୍ଦେଶାବଳୀର ପାଳନ କରିବେ। ସମ୍ପୃକ୍ତ ଏଜେନ୍ସି ବା ଶିଳ୍ପ କଂଟ୍ରାକ୍ଟରମାନେ ଶ୍ରମିକମାନଙ୍କ ପରିଚୟ, କେଉଁଠିକୁ ଯିବେ ଓ ବସର ପୂର୍ଣ୍ଣ ବିବରଣୀ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ଓ ଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ଗ୍ରହଣ କରିବେ। ଯଦି ଶ୍ରମିକମାନେ କୌଣସି ନିର୍ଦ୍ଦିଷ୍ଟ ଶିଳ୍ପ କିମ୍ବା ଏଜେନ୍ସି କଣ୍ଟ୍ରାକ୍ଟରଙ୍କ ଅଧୀନରେ କାମ କରୁନଥାନ୍ତି ତେବେ ସଂପୃକ୍ତ ଅଂଚଳର ବିଡ଼ିଓ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବେ ଓ ଜିଲ୍ଲାପାଳ ସେହି ଶ୍ରମିକମାନଙ୍କ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରିବେ। ଯେହେତୁ ସେହି ଶ୍ରମିକମାନେ କ୍ୱାରେଣ୍ଟାଇନ କ୍ୟାମ୍ପରେ ୧୪ ଦିନ ଅବଧି ପୂରଣ କରିସାରିଛନ୍ତି, ତେଣୁ ସେମାନଙ୍କୁ କାର୍ଯ୍ୟସ୍ଥଳୀରେ ପୁନର୍ବାର କ୍ୱାରେଣ୍ଟାଇନରେ ରହିବା ପାଇଁ ଜୋର ଦେବେ ନାହିଁ ଫଳରେ ସେମାନେ ତୁରନ୍ତ କାର୍ଯ୍ୟରେ ଯୋଗ ଦେଇ ପାରିବେ।

- Advertisement -

ଏକ ଉଚ୍ଚ ସ୍ତରୀୟ କମିଟି ଦୈନଦିନ ଭିତ୍ତିରେ ଏହି କାର୍ଯ୍ୟର ସମୀକ୍ଷା କରିବେ ବୋଲି ନିଷ୍ପତି ହୋଇଛି। ସୂଚନାଯୋଗ୍ୟ ଯେ, ରାଜ୍ୟରେ କରୋନା ସଂକ୍ରମଣର ମୁକାବିଲା ପାଇଁ ପ୍ରାୟ ୧୬ ହଜାର ଶ୍ରମିକଙ୍କୁ ୨ ହଜାର ୬୧୦ଟି କ୍ୱାରେଣ୍ଟାଇନ କ୍ୟାମ୍ପରେ ରଖାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories