www.samajalive.in
Saturday, December 6, 2025
19.1 C
Bhubaneswar

ପୁଲିସକୁ ପଥର ଫିଙ୍ଗି ୩ ଯୁବକ ଗିରଫ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ଲକଡାଉନ ନିୟମକୁ ନ ମାନି ୪ ଜଣ ଗୋଟିଏ ବାଇକରେ ବୁଲିବା ସହ ପୁଲିସକୁ ଗାଳିଗୁଲଜ କରି ପଥର ଫିଙ୍ଗି ପଳାଇବା ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ପୁଲିସ ଶନିବାର ଗିରଫ କରିଛି। ଗିରଫ ଚାରିଜଣଙ୍କ ମଧ୍ୟରେ ଜଣେ ନାବଳକାଥିବା ଜଣାପଡ଼ିଛି। ଉକ୍ତ ନା ବାଳକକୁ ପୁଲିସ ମୁଚାଲିକାରେ ଛାଡି ଦେଇଥିବା ଜଣାପଡିଛି। ଅନ୍ୟ ୩ଜଣ ଅଭିଯୁକ୍ତ ଲକ୍ଷ୍ମୀପଶି ଗ୍ରାମର ରଞ୍ଜନ କୁମାର ମହାନ୍ତ (୨୪) , ସରୋଜ କୁମାର ମହାନ୍ତ (୨୦) ଏବଂ ଦେବେନ୍ଦ୍ର ମହାନ୍ତ (୨୦) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ,  ଅଭିଯୁକ୍ତ ୪ଜଣ ଶୁକ୍ରବାର ଗୋଟିଏ ବାଇକରେ ଯାଇ ଗ୍ରାମକୁ ଫେରୁଥିବା ବେଳେ ବାରିଆ ଥାନା ସୀମାରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ପୁଲିସ ଏଏସଆଇ ବିଦ୍ୟାଧର ବେହେରା ସେମାନଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ସେଠାରେ ସେମାନେ ପୁଲିସକୁ ଗାଳି ଗୁଲଜ କରିବା ସହ ପଥର ଫିଙ୍ଗି ସେଠାରୁ ଖସି ପଳାଇ ଆସିଥିଲେ। ଏ ନେଇ ଏଏସଆଇ ବିଦ୍ୟାଧର ବେହେରା ବାରିଆ ଥାନାରେ ଏକ ମାମଲା ରୁଜୁ କରିଥିଲେ। ବାରିଆ ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତିଙ୍କ ନିର୍ଦ୍ଦେଶରେ ଶନିବାର ବାରିଆ ପୁଲିସ ପାଟଣା ବ୍ଲକ ଲକ୍ଷ୍ମୀପଶି ଗ୍ରାମରୁ ଜଣେ ନାବାଳକ ସମେତ ଅନ୍ୟ ତିନି ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories