ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହି ପରୀପ୍ରେକ୍ଷୀରେ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ତଥା ଅନ୍ୟାନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକରେ ସ୍ୱାଭାବିକ ସ୍ଥିିତି ଫେରାଇ ଆଣିବା ଉଦ୍ଦେଶ୍ୟରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ନିମନ୍ତେ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଉଦ୍ୟୋଗ ସଂଗଠନର ପ୍ରତିନିଧିବୃନ୍ଦ ଯୋଗଦେଇ ମତାମତ ରଖିଥିଲେ। ଓଡ଼ିଶାରେ କୋଭିଡ୍-୧୯ ସଂକ୍ରମଣ ପ୍ରତିରୋଧ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗୁଆ ପଦକ୍ଷେପଗୁଡ଼ିକୁ ପ୍ରତିନିଧିବୃନ୍ଦ ପ୍ରଶଂସା କରିଥିଲେ ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍ଚୀ ପ୍ରକାଶ କରିଛନ୍ତି।
ଲକ୍ ଡାଉନ୍ ଅବଧି ମଧ୍ୟରେ ଦୋକାନ ବଜାର ଖୋଲିବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏ ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏସବୁ ଦୋକାନରେ ୫୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବା, ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତାମୂଳକ ହେବ। କେଉଁ କେଉଁ ଦୋକାନ ଖୋଲିବ ଏ ବାବଦରେ ସଂପୃକ୍ତ ଜିଲ୍ଲାପାଳ/ମୁନିସିପାଲ୍ କମିଶନର/ପୌର କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି କରିବେ ବୋଲି ସେ କହିଛନ୍ତି।
ଏହି ଅବସରରେ କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ ଏବଂ ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ସଂଜୟ କୁମାର ସିଂ ଗଣମାଧ୍ୟମକୁ ସୂଚନା



