www.samajalive.in
Saturday, December 6, 2025
16.1 C
Bhubaneswar

ମହିମୁଣ୍ଡା ପଞ୍ଚାୟତରେ ପିଡିଏସ୍ ଅନିୟମିତତା; ଭୂତ ଓ ମୃତକଙ୍କ ସମେତ ଝିଅ ଜ୍ୱାଇଁଙ୍କ ନାଁରେ ଉଠିଛି ଚାଉଳ

ବଲାଙ୍ଗିର : ବଲାଙ୍ଗିର ଜିଲା ପୁଇଁନ୍ତଲା ବ୍ଲକ ମହିମୁଣ୍ଡା ପଞ୍ଚାୟତରେ ପିଡିଏସ୍ ଚାଉଳ ବଣ୍ଟନରେ ବ୍ୟାପକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଏଠି ଦୀର୍ଘ ଦିନ ଧରି ଚାଲିଥିବା ଅବ୍ୟବସ୍ଥାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। କେହି କିଛି ଜାଣିବା ଆଗରୁ ଆଖି ବୁଜି ଭୂତ, ମୃତ ବ୍ୟକ୍ତି ଏବଂ ଗାଁର ଝିଅ-ଜ୍ୱାଇଁଙ୍କ ପରିବାର ନାଁରେ ଚାଉଳ ବଣ୍ଟନ ହୋଇଥିବା ଅଭିଯୋଗ ହୋଇଛି। ଧୀରେ ଧୀରେ ଏତେ ବଡ କଳା କାରନାମା ସମ୍ପର୍କରେ ଲୋକେ ଜାଣିବା ପରେ ଏହାର ତଦନ୍ତ ପାଇଁ ସ୍ଥାନୀୟଲୋକ ଦାବି କରିଛନ୍ତି।

ମହିମୁଣ୍ଡା ଗାଁର ଉଦିଆଁ ପ୍ରଧାନ। ତାଙ୍କ ସ୍ୱାମୀ ସ୍ୱର୍ଗତ ବନମାଳି ପ୍ରଧାନ। ଦୀର୍ଘ ୯ ମାସ ହେଲା ଉଦିଆଁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ବନମାଳିଙ୍କର କେବେଠୁ ମୃତ୍ୟୁ ହୋଇ ସାରିଛି। ଏନେଇ ମୃତକଙ୍କ ଘର ସାମ୍ନାରେ ରହୁଥିବା ଥିବା ଗାଁ ଲୋକେ ସୂଚନା ଦେଇଛନ୍ତି। ତାଙ୍କର କେହି ନାହାନ୍ତି। ଯେଉଁମାନେ ବି ସମ୍ପର୍କୀୟ ଅଛନ୍ତି, ସେମାନେ ଏଠାକୁ ଆସିବାର ନଜିର ନାହିଁ। ତାଙ୍କ ଘର ମୁହଁରେ ଦୀର୍ଘ ଦିନ ହେଲା ତାଲା ପଡିଛି। କିନ୍ତୁ ପଞ୍ଚାୟତ ଦ୍ୱାରା ବଣ୍ଟା ଯାଉଥିବା ପିଡିଏସ୍ ଚାଉଳ କାର୍ଡରେ ସେ ଜୀବିତ। ସେ ପ୍ରତି ମାସ ପଞ୍ଚାୟତକୁ ଆସି ଚାଉଳ ନେଉଛନ୍ତି। ଏହା ଖୋଦ ସରକାରୀ କାଗଜପତ୍ର ପ୍ରମାଣ କରୁଛି। ଭୂତ, ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠିବା ସରକାରୀ ଯୋଜନା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

- Advertisement -

ଆଶ୍ଚର୍ଯ୍ୟର କଥା, ଏହି ପଞ୍ଚାୟତର ଝିଅ ଜ୍ୱାଇଁଙ୍କ ନାଁରେ ବି ଚାଉଳ ଉଠୁଛି। ଏହି ପଞ୍ଚାୟତ ଅନ୍ତର୍ଗତ ବିହିବନ୍ଧ ଗାଁରେ ପିଡିଏସ୍ ହିତାଧିକାରୀ ହେଉଛନ୍ତି ବେଟିଖାଇ ସୁନା। କାର୍ଡରେ କବିତା ସୁନା, ହର ପ୍ରସାଦ ସୁନା, ମମତା ସୁନା, ବେଟିଖାଇ ସୁନା ଓ ବୈଶାଖୁ ସୁନା ଏହିପରି ଭାବେ ୫ ଜଣ ପରିବାର ସଦସ୍ୟଙ୍କ କ୍ରମିକ ସଂଖ୍ୟା ଅନୁଯାୟୀ ନାମ ରହିଛି। କିନ୍ତୁ ବେଟିଖାଇଙ୍କ ଝିଅ ଜ୍ୟୋତି ଦେହେରିଆ ଓ ଜ୍ୱାଇଁ ସୁରଜ ଦେହେରିଆ ସମେତ ତାଙ୍କ ଦୁଇ ଝିଅ ରାନୀ ଓ ରିମାଙ୍କ ନାଁରେ ବି ମାସକୁ ୨୦ କେଜି ଚାଉଳ ଉଠୁଛି। ଏ ନେଇ ବେଟିଖାଇଙ୍କୁ ପଚରାଯିବାରୁ ଆମେ ଆମର ୫ ଜଣିଆ ପରିବାର ପାଇଁ ମାସକୁ ୫ କେଜି ହିସାବରେ ଚାଉଳ ପାଇଛୁ। ଆପଣ କେମିତି ଜାଣିଲେ ଆମେ ଅଧିକା ଚାଉଳ ନେଇଛୁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଝିଅ ଜ୍ୟୋତି ଗାଁରେ ରହୁଥିଲେ ବି ସେ ପଞ୍ଚାୟତରୁ ଚାଉଳ ପାଉନି। ଏତେ ବର୍ଷ ରହିଲିଣି, କାହିଁ ମୁଁ ତ ଏକଥା ଜାଣିନି ବୋଲି ପ୍ରତିକ୍ରିୟାରେ କହିଥିଲେ ଜ୍ୟୋତି। ଯଦି ଏମିତି ହୋଇଛି ତାହା ହେଲେ ଚାଉଳ ଆମ ନାଁରେ ଅନ୍ୟ ଲୋକ ଖାଉଛନ୍ତି। ଏହାର ତଦନ୍ତ ହେଉ ଓ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ କହିଥିଲେ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories