ନୂଆଦିଲ୍ଲୀ : କଲରାପତରିଆ ବାଘ ଓ କୁମ୍ଭୀର ଉଭୟ ଭୟଙ୍କର ଶିକାରୀ । ମାତ୍ର କେବେ ବାଘ ଓ କୁମ୍ଭୀରର ଲଢେଇ ଦେଖିଛନ୍ତି କି? ୨ ଜଣଙ୍କ ଭିତରେ ଲଢେଇ ହେଲେ କିଏ ଜିତିବ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସିବା ସ୍ୱଭାବିକ । ନିକଟରେ ଭାଇରାଲ୍ ହେଉଥିବା ବାଘ ଓ କୁମ୍ଭୀରର ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍ ହେଉଛି । ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଏହି ଭିଡିଓଟିରେ ବାଘ-କୁମ୍ଭୀରର ଲଢେଇର ଦୃଶ୍ୟ ସହ କିଏ ଜିତିଲା ଦେଖିପାରିବେ ।
ଭିଡିଓରେ ଦେଖି ପାରିବେ ଏକ ଜଙ୍ଗଲରେ ବାଘ ଏକ କୁମ୍ଭୀରକୁ ପାଟିରେ କାମୁଡି ଗଛ ଉପରକୁ ନେଇ ଯାଉଛି । ଉଭୟଙ୍କ ଏହି ଲଢେଇରେ ବାଘ କୁମ୍ଭୀରଟିକୁ ପାଟିରେ କାମୁଡି ଧରି ଗଛ ଉପରେ ଥିବା ଦେଖାଯାଇଛି । କିଛି ପର୍ଯ୍ୟଟକ ଭିଡିଓକୁ ନିଜ କ୍ୟାମେରାରେ କଏଦ କରିଥିବା ଦେଖାଯାଉଛି । ଭିଡିଓ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।
୧୨ ଅଗଷ୍ଟକୁ ଅପେକ୍ଷା କରନ୍ତୁ ଏହି ୫ ରାଶି.. ଗଜଲକ୍ଷ୍ମୀ ରାଜଯୋଗ କରିବ ମାଲାମାଲ୍, ହଠାତ୍ ମିଳିବ ଧନ,ବଡ ସଫଳତା..
ଶନିବାର ସେବନ କଲେ ଏହି ଜିନିଷ: ଦୂର ହୁଏ ଶନିଦୋଷ, ମିଳେ ବିଶେଷ କୃପା, ଶରୀର ରହେ ସୁସ୍ଥ, ଦୂର ହୁଏ ଚିନ୍ତା..



