ସମାଜ ଡିଜିଟାଲ ଡେସ୍କ: ଓଡ଼ିଶା-ଛତିଶଗଡ ମହାନଦୀ ଜଳବିବାଦ ମାମଲାର ଶୁଣାଣି ସେପ୍ଟେମ୍ବର ୬ରେ ହେବ । ଟ୍ରିବ୍ୟୁନାଲରେ ଆସନ୍ତା ସେପ୍ଟେମ୍ବର ୬ତାରିଖକୁ ଶୁଣାଣି ଘୁଞ୍ଚିଛି । ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢିଥିବାରୁ ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବା ଏଜି ପୀତାମ୍ବର ଆଚାର୍ଯ୍ୟ ଅବଗତ କରିଛନ୍ତି । ସେପଟେ ଏହି ବିବାଦର ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଥିବା ଚିଠିର ପ୍ରତିଉତ୍ତର ଦେଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ । ଆପୋସ ଆଲୋଚନାରେ ସମାଧାନ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀ ପୂର୍ବରୁ ଚିଠି ଲେଖିଥିଲେ । ଆଲୋଚନା ପାଇଁ ସହମତି ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ । ଏହା ବିଚରାଧୀନ ଅଛି ବୋଲି ସ୍ପଷ୍ଟ କରିଛନ୍ତି ।
Popular Categories



