www.samajalive.in
Saturday, December 6, 2025
14.1 C
Bhubaneswar

ମୋବାଇଲ ବ୍ୟବହାର ବନ୍ଦ କରନ୍ତୁ, ୮ଲକ୍ଷ ପୁରସ୍କାର ଜିତନ୍ତୁ

ଡେସ୍କ: ୮ଲକ୍ଷ ଟଙ୍କା ଜିତିବାକୁ ଚାହୁଁଛନ୍ତି କି? ତେବେ ମୋବାଇଲ ଠାରୁ ଦୂରେଇ ରୁହନ୍ତୁ । ହଁ ନିକଟରେ ଏଭଳି ଏକ ପ୍ରତିଯୋଗିତା ହେବାକୁ ଯାଉଛି ଯେଉଁଥିରେ ଯଦି ଆପଣ ମୋବାଇଲ ଫୋନ ଠାରୁ ଦୂରେଇ ରହିବେ ତେବେ ଆପଣଙ୍କୁ ୮ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିବ ହେଲେ ଆମେରିକାରେ ଏଭଳି ଏକ ପ୍ରତିଯୋଗିତା କରାଯାଉଛି । ପ୍ରତିଯୋଗିତାରେ ସର୍ତ୍ତ ରଖାଯାଇଛି ଯେ ବ୍ୟକ୍ତିଙ୍କୁ ଏକ ମାସ ପାଇଁ ଫୋନରୁ ଦୂରେଇ ରହିବାକୁ ପଡିବ ଏବଂ ଯିଏ ପ୍ରତିଯୋଗିତାରେ ଜିତିବ ତାଙ୍କୁ ପୁରସ୍କାର ସ୍ୱରୂପ ୮ଲକ୍ଷ ୩୧ହଜାର ଟଙ୍କା ଦିଆଯିବ । ଏହା କେଉଁ ପ୍ରକାର ପ୍ରତିଯୋଗିତା ବୋଲି ଆପଣ ନିଶ୍ଚିତ ଭାବୁଥିବେ ।

ଡିଜିଟାଲ ଦୁନିଆକୁ ବିଦାୟ ଦେବାକୁ ପଡିବ:
ସିଗି ଏହି ପ୍ରତିଯୋଗିତାର ଆୟୋଜକ । ସିଗି ଏହି ପ୍ରତିଯୋଗିତାର ନାମ ରଖିଛନ୍ତି ‘ଡିଜିଟାଲ୍ ଡିଟକ୍ସ ପ୍ରୋଗ୍ରାମ୍’ । ସରଳ ଭାଷାରେ, ଏହାର ଅର୍ଥ ହେଉଛି ଡିଜିଟାଲ୍ ଦୁନିଆରୁ ସଂପୂର୍ଣ୍ଣ ଅଦୃଶ୍ୟ ହେବା, ଯେଉଁଠାରେ ଆପଣ ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ଦୁନିଆକୁ ପ୍ରବେଶ କରିବେ ନାହିଁ । ଏହି ପ୍ରତିଯୋଗିତାରେ ଆପଣଙ୍କୁ ଏକ ମାସ ପାଇଁ ମୋବାଇଲ୍ ଠାରୁ ଦୂରେଇ ରହିବାକୁ ପଡିବ । ଏହି ପ୍ରତିଯୋଗିତାରେ ୧୦ ଜଣ ବିଜେତା ହେବେ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କୁ ବିଜେତା ଘୋଷିତ କରାଯିବ ।

- Advertisement -

ଫୋନ ବିନା ଅନେକ ଚ୍ୟାଲେଞ୍ଜ ଦିଆଯିବ:
ସିଗି ପକ୍ଷରୁ କୁହାଯାଇଛି ଯେ ଏହି ପ୍ରତିଯୋଗିତାରେ ଆପଣଙ୍କ ଫୋନ ବନ୍ଦ କରି ବିଶ୍ୱ ସହିତ ଯୋଡି ହେବା ପାଇଁ ଚ୍ୟାଲେଞ୍ଜ କରୁଛୁ । ପ୍ରତିଯୋଗିତାରେ ଭାଗ ନେବାକୁ ମନୋନୀତ ବ୍ୟକ୍ତି ମାନେ ସେମାନଙ୍କର ସ୍ମାର୍ଟଫୋନ ଗୁଡିକୁ ଏକ ବାକ୍ସରେ ସୁରକ୍ଷିତ ରଖିବେ । ଏହି ବାକ୍ସ ମାସେ ପାଇଁ ଲକ୍‍ କରାଯିବ । ଏବଂ ଆପଣ ଫୋନ ବିନା ଜୀବନ ବିତାଇବେ । ଡିଜିଟାଲ ଦୁନିଆ ଠାରୁ ଦୂରେଇ ରହିବା ବଦଳରେ ବିଜେତାମାନେ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରିପେଡ ସିମ୍‍ କାର୍ଡ ଏବଂ ତିନି ମାସ ସିଗି ସହିତ ସେମାନଙ୍କ ଟେକ୍ନୋଲୋଜିମୁକ୍ତ ଦୁଃସାହସିକ କାର୍ଯ୍ୟର ଏକ ଅଂଶ ଭାବରେ ୧୦ହଜାର ଡଲାର ରେଟ୍ରୋ ଫ୍ଲିପ୍‍ ଫୋନ ପାଇବେ ।

ଆପଣ ବି ହୋଇପାରିବେ ବିଜେତା:
ପ୍ରତିଯୋଗିତା ଘୋଷଣା କରିବାବେଳେ କମ୍ପାନୀର ସାଇଟରେ ସୂଚନା ଦିଆଯାଇଛି ଯେ ଏହି ବର୍ଷ ଆମେ ଏକ ନୂତନ ପ୍ରକାରର ‘ଜାନୁଆରୀ’ ଉପସ୍ଥାପନ କରୁଛୁ । ଏକ ମାସ ପର୍ଯ୍ୟନ୍ତ ମଦ୍ୟପାନରୁ ନିବୃତ୍ତ ହେବା ପରିବର୍ତ୍ତେ, ଆମେ ଆପଣଙ୍କୁ ସ୍ମାର୍ଟଫୋନ୍‍ ଛାଡିବାକୁ ଚ୍ୟାଲେଞ୍ଜ କରୁଛୁ । ଜୀବନରେ କମ ଚିନ୍ତାଗସ୍ତ ସହିତ ଏକ ସରଳ ଜୀବନ ବଞ୍ଚିବାକୁ ଆହ୍ନାନ ଦିଆଯାଇଛି । ଆପଣ ଏହାକୁ ବିଶ୍ୱାସ କରନ୍ତୁ ବା ନକରନ୍ତୁ, ଏହି ଫୋନ ଆମ ସମସ୍ତଙ୍କ ଜୀବନରେ ସବୁଠୁ ବଡ ଟେନସନ ଉପକରଣ ଭାବେ ଉଭା ହୋଇସାରିଛି । ବାସ୍ତବରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିଦିନ ଫୋନରେ ୫ଘଣ୍ଟାରୁ ଅଧିକ ସମୟ ବିତାଉଛନ୍ତି । ଯାହାକି ଜୀବନ ପ୍ରତି ବିପଦ । ଯଦି ଆପଣ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛନ୍ତି, ତେବେ ଆପଣ ୩୧ ଜାନୁୟାରୀ ପର୍ଯ୍ୟନ୍ତ ଆବେଦନ କରିପାରିବେ । କିଏ ଜାଣେ, ଆପଣ ସେହି ଭାଗ୍ୟଶାଳୀଙ୍କ ମଧ୍ୟରୁ ଜଣେ ହୋଇଥିବେ ଯିଏକି ବିଜେତା ହୋଇପାରିବେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories