www.samajalive.in
Saturday, December 6, 2025
23.1 C
Bhubaneswar

କାହିଁକି ପିନ୍ଧନ୍ତି ମୁଦି,ଘରେ ରଖନ୍ତି କଇଁଛ ? କଇଁଛ ଥିଲେ ଘରୁ ଜମା ଯିବେ ନାହିଁ ମା’ଲକ୍ଷ୍ମୀ..

ବର୍ତ୍ତମାନ ସମୟରେ ଆଙ୍ଗୁଠିରେ କଇଁଛ ମୁଦି ଧାରଣ କରୁଥିବା ଦେଖିଥିବେ। ଘରେ ମଧ୍ୟ ଧାତୁ କଇଁଛକୁ ରଖିଥାଆନ୍ତି। ତେବେ ଅନେକଙ୍କ ମନରେ ପ୍ରଶ୍ନ ଆସେ ଏପରି ରଖିବା ଦ୍ୱାରା କି କି ଲାଭ ମିଳିଥାଏ। କଇଁଛ ସହ ଜଡିତ ଅନେକ ଉପାୟ ବାସ୍ତୁ,ପେଙ୍ଗସୁଇରେ ବର୍ଣ୍ଣନା କରାଯାଇଛି। ଯାହାକୁ ଆପଣାଇବା ଦ୍ୱାରା ମନସ୍କାମନା ପୂରଣ ସହ ଅତ୍ୟନ୍ତ ଲାଭ ମିଳିଥାଏ। ଭଗବାନ ବିଷ୍ଣୁ କଚ୍ଛପର ଅବତାର ନେଇଥିଲେ। ତେଣୁ ଯେଉଁଠାରେ କଇଁଛ ଥାଏ,ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ଜ୍ୟୋତିଷ, ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛଙ୍କ ସମ୍ବନ୍ଧ ଭଗବାନ ବିଷ୍ଣୁଙ୍କ କଚ୍ଛପ ଅବତାର ସହ ରହିଛି। ଯେଉଁଠାରେ ଭଗବାନ ବିଷ୍ଣୁ ରୁହନ୍ତି,ସେଠାରେ ମା’ଲକ୍ଷ୍ମୀ ନିଶ୍ଚୟ ବାସ କରନ୍ତି। ତେଣୁ କୁହାଯାଏ, କଇଁଛ ମୁଦି ସର୍ବଦା ଶୁକ୍ରବାର ଦିନ କିମ୍ବା ଅକ୍ଷୟ ତୃତୀୟା,ଦୀପାବଳି, ଧନତେରସ ଆଦି ପର୍ବ ଏବଂ ଶୁଭ ତିଥିରେ ପିନ୍ଧିବା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପା ସର୍ବଦା ପ୍ରାପ୍ତି ହୋଇଥାଏ।
ପେଙ୍ଗସୁଇ ଅନୁଯାୟୀ, ନିଜର ଇଚ୍ଛା ପୂରଣ ହେଉନଥିଲେ, ମନସ୍କାମନା ପୂରଣ ପାଇଁ ଏକ କାଗଜରେ ଲାଲ କଲମରେ ନିଜ ଇଚ୍ଛା ଲେଖି ଧାତୁରେ ନିର୍ମିତ କଇଁଛ ନିକଟରେ ରଖନ୍ତୁ। ଉତ୍ତର ଦିଗରେ ଏହାକୁ ରଖନ୍ତୁ। ଏପରି କରିବା ଦ୍ୱାରା ୪୦ ରୁ ୬୦ ଦିନ ମଧ୍ୟରେ ଇଚ୍ଛା ପୂରଣ ହୋଇଥାଏ ବୋଲି ମାନ୍ୟତା ରହିଛି।
ବାସ୍ତୁ ପେଙ୍ଗସୁଇ ଅନୁଯାୟୀ, ଭାଗ୍ୟକୁ ଚମକାଇବା ପାଇଁ ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇ ଶୁଭଫଳ ଓ ଲାଭ ପ୍ରଦାନ କରୁଥିବା ଅନେକ ଜିନିଷର ପ୍ରୟୋଗ କରାଯାଏ। ଜ୍ୟୋତିଷ,ବାସ୍ତୁ ପେଙ୍ଗସୁଇ ଅନୁଯାୟୀ, କିଛି ସରଳ ଉପାୟ ଆପଣାଇବା ଦ୍ୱାରା ସଫଳତା ନିଶ୍ଚୟ ମିଳିଥାଏ। ପରିଶ୍ରମ,ସଠିକ୍‌‌ କାର୍ଯ୍ୟ କରିବା ଦ୍ୱାରା ସଫଳତା ମିଳିଥାଏ। ମାତ୍ର ଅନେକ ସମୟରେ ଏଥିରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ସଫଳତା ପାଇଁ କିଛି ସରଳ ଦିଗ ପ୍ରତି ଧ୍ୟାନ ଦେଇପାରିବେ। ବାସ୍ତୁ,ପେଙ୍ଗସୁଇରେ ଧାତୁରେ ନିର୍ମିତ କଇଁଛ ଖୁବ ଲାଭଦାୟକ। ଏହାକୁ ଗୃହରେ ରଖିବା ଦ୍ୱାରା ରୋଗ,ଦୁର୍ଭାଗ୍ୟରୁ ମୁକ୍ତି ମିଳିଥାଏ। ବ୍ୟବସାୟ, କର୍ମକ୍ଷେତ୍ରରେ ଥିବା ସମସ୍ୟା ଦୂର ହେବା ସହ ଭାଗ୍ୟରେ ସୁପରିବର୍ତ୍ତନ, ଆର୍ଥିକ କ୍ଷେତ୍ରରେ ଖୁବ ଲାଭ ମିଳିଥାଏ। କୌଣସି କାର୍ଯ୍ୟରେ ବାରମ୍ବାର ବାଧା ଆସୁଥିଲେ, ଧାତୁ କଇଁଛକୁ ଏକ ପାତ୍ରରେ ପାଣି ରଖି ଏହାକୁ ରଖନ୍ତୁ। ଏହାକୁ ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ସଫଳତା ତୁରନ୍ତ ମିଳିଥାଏ। ସମସ୍ତ ସମସ୍ୟା ଦୂର ହୋଇଥାଏ।
ବ୍ୟବସାୟରେ ବୃଦ୍ଧି ପାଇଁ ଓ କର୍ମକ୍ଷେତ୍ରରେ ସଫଳତା ପାଇଁ ମଧ୍ୟ କଇଁଛ ଖୁବ ଶୁଭଫଳ ପ୍ରଦାନ କରିଥାଏ। କଇଁଛର ଗତି ଖୁବ ଧୀର ମାତ୍ର ଏହା ନିଶ୍ଚୟ ସଫଳତା ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ। ତେଣୁ ଘରେ, କାର୍ଯ୍ୟାଳୟରେ କଇଁଛ ରଖାଗଲେ ଜୀବନରେ ଉନ୍ନତି,ସର୍ବଦା କର୍ମପଥରେ ଅଗ୍ରସର ରଖିଥାଏ।ଏହାକୁ ରଖିବାକୁ ସର୍ବୋତ୍ତମ ଦିଗ ହେଉଛି ଉତ୍ତର ଦିଗ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories