www.samajalive.in
Sunday, December 14, 2025
19.1 C
Bhubaneswar

ଆସିଲା ଷ୍ଟିଲବାର୍ଡର ନୂଆ ହେଲମେଟ୍, ରହିଛି ଅନେକ ଫିଚର୍

ଭୁବନେଶ୍ବର, ୧୭ା୯: ଷ୍ଟିଲବାର୍ଡ ହାଇ-ଟେକ୍ ଇଣ୍ଡିଆ ଲିମିଟେଡର ପ୍ରିମିୟମ୍ ବ୍ରାଣ୍ଡ୍ ଇଗନାଇଟ୍ ହେଲମେଟ୍ସ ଆଜିଏନ୍-୫୮ ଲଞ୍ଚର ଘୋଷଣା କରିଛି। ଏହା ଏକ ଓପନ-ଫେସ୍ ହେଲମେଟ୍ । ଏହାର ଦାମ୍ ୨,୯୯୯ ଟଙ୍କା ରଖିଛି କମ୍ପାନୀ। ଏଥିରେ ହାଇ-ଇମ୍ପାକ୍ଟ ଏବିଏସ୍ ଶେଲ, ପ୍ରଫେସନାଲ୍ ଡବଲ ଡି-ରିଂ ବକଲ ସିଷ୍ଟମ ଏବଂ ୟୁଭି ପ୍ରୋଟେକ୍ସନ ଓ ସ୍କ୍ରାଚ୍ ରେଜିଷ୍ଟାନ୍ସ ଫିନିଶ୍ ସହିତ ବବଲ ଭାଇଜର ମିଳିବ। ଭିତରେ ଚାଳକଙ୍କୁ ଆଣ୍ଟିମାଇକ୍ରୋବିୟଲ ଓ ଆଣ୍ଟି ଆଲର୍ଜିକ ପ୍ୟାଡିଂ, ରିମୁଭେବଲ ଚିକ୍ ପ୍ୟାଡ୍ସ ରହିବ। ଲମ୍ବା ଯାତ୍ରା ସମୟରେ ଏହା ଆରାମ ପ୍ରଦାନ କରିବ।

ପ୍ରତି ହେଲମେଟ୍ ପ୍ରିମିୟମ୍ ପ୍ୟାକେଜିଂ ସହିତ ଆସିଥାଏ; ଯେଉଁଥିରେ ଧୂଳିରୋଧୀ କ୍ୟାରି ବ୍ୟାଗ୍ ଏବଂ ମିନିଏଚର ଇପିପି ହେଲମେଟ୍ ମଡେଲ ସାମିଲ। ଏହା ୫୪୦, ୫୬୦, ୫୮୦, ୬୦୦ ଏବଂ ୬୨୦ ଏମଏମର ୫ ସାଇଜ୍ ଏବଂ ୧୧ ଆକର୍ଷକ ରଙ୍ଗରେ ଆସିବ। ଗ୍ରାହକ ଏହାକୁ ଧଳା, ଡେଜର୍ଟ ଷ୍ଟର୍ମ, ଏଥେନା ଗ୍ରେ, ବ୍ୟାଟେଲ ଗ୍ରୀନ୍, ଲାଲ, କଳା, ବ୍ଲୁ, ଡଲ ସ୍ଲେଟ୍, ସବୁଜ, ରେଡିଚ୍ ବ୍ଲୁ ରେ କ୍ରୟ କରିପାରିବେ। ଏହା ବ୍ୟତୀତ ଏଥିରେ ରଙ୍ଗର କିଛି ବିକଳ୍ପ ମଧ୍ୟ ରହିଛି ଯାହାଦ୍ବାରା ଗ୍ରାହକ ଏହାକୁ ନିଜ ଅନୁସାରେ ମୋଡିଫାଏ କରିପାରିବେ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories