କେନ୍ଦୁଝରରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ – ମୁଖ୍ୟମନ୍ତ୍ରୀ

ଡେସ୍କ: କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଜିନ୍ଦଲ ସାଉଥ ୱେଷ୍ଟ ଗ୍ରୁପ (JSW) ଏବଂ ପୋହାଙ୍ଗ ଆଇରନ ଓ ଷ୍ଟିଲ କମ୍ପାନୀ (POSCO) ମିଳିତ ଭାବେ ସ୍ଥାପନ ପ୍ରସ୍ତାବିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବେ। ୨ ଦିନିଆ କେନ୍ଦୁଝର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ମଧ୍ୟରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ପୂର୍ବରୁ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଦିଲ୍ଲୀ ଓ ମୁମ୍ବାଇରେ ମେକ୍‌ ଇନ୍‌ ଓଡ଼ିଶା ରୋଡ୍‌ ସୋ ସମୟରେ ସେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଉଭୟ କମ୍ପାନୀ ସହ କଥା ହୋଇଥିଲେ। ଉଭୟ କମ୍ପାନୀ କେନ୍ଦୁଝର ଜିଲ୍ଲାରେ ପ୍ଲାଣ୍ଟ ପ୍ରତିଷ୍ଠା କରିବେ ବୋଲି କହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

prayash

ଗସ୍ତର ଆଜି ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ନିଜ ଜନ୍ମ ମାଟି ରାଇକଳାଯାଇ ପରିବାର ଲୋକ ଓ ମା’ଙ୍କ ସହ କିଛି ସମୟ ବିତାଇବା ପରେ କେନ୍ଦୁଝର ସହରକୁ ଫେରି ପ୍ରଥମେ ମାଧପୁର କାଳୀ ମନ୍ଦିର, ନେତ୍ରା କାଳୀ ପୂଜା ମଣ୍ଡପ, କାଳୀ ତୀର୍ଥ ପୂଜା ମଣ୍ଡପ ଓ ମାଇନିଂ କାଳୀ ମଣ୍ଡପକୁ ଯାଇ ମାଁ ଙ୍କୁ ଦର୍ଶନ କରିବା ସହ ତାଙ୍କର ଆଶିଷ ଲାଭ କରିଥିଲେ।

kalyan agarbati

Comments are closed.