ମାର୍ଚ୍ଚ ପହିଲାରୁ ଉପର ମୁହାଁ ହେଲାଣି ପାରଦ: ସକାଳୁ ଟାଣ ଖରା, ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ

ରାଇକିଆ : ମାର୍ଚ୍ଚ ପହିଲାରୁ ଉପର ମୁହାଁ ହେଲାଣି ପାରଦ। ସକାଳୁ ଟାଣ ଖରା ହେଉଥିବା ବେଳେ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ବାହାରକୁ ବାହାରିବା ମୁସ୍କିଲ ହେଉଛି। ପଥଚାରୀଙ୍କୁ ଛତା,ଟୋପିର ସାହାରା ଜରୁରୀ ହୋଇପଡ଼ିଛି। ଆଗକୁ ଆହୁରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ସୂଚନା ମିଳିଛି। ଯାହା ସାଧାରଣ ଜନସାଧାରଣଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି। ଅଞ୍ଚଳରେ ଆଖୁ ରସ, ଲସି, ତରଭୁଜ, ପଇଡ଼, କାକୁଡି, ଆଇସକ୍ରିମ, ଦହି ଏବଂ ଥଣ୍ଡା ପାନୀୟର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏଥର ଖରାଦିନେ ଏସବୁ ଭଲ ବ୍ୟବସାୟ ହେବ ବୋଲି ବ୍ୟବସାୟୀ ଆଶା ରଖିଛନ୍ତି।
Comments are closed.