www.samajalive.in
Saturday, December 6, 2025
19.1 C
Bhubaneswar

ଏହି କାରଣରୁ କଂଗ୍ରେସ ନେତ୍ରୀ ହିମାନୀଙ୍କୁ କରାଯାଇଥିଲା ହତ୍ୟା, ଜଣେ ଗିରଫ

ସମାଜ ଡିଜିଟାଲ ଡେସ୍କ: ହରିୟାଣାର ରୋହତକରେ କଂଗ୍ରେସ ନେତ୍ରୀ ହିମାନୀ ନରଓ୍ବାଲଙ୍କୁ ହତ୍ୟା ପରେ ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ବସଷ୍ଟାଣ୍ଡରେ ଫିଙ୍ଗି ଦିଆଯାଇଥିଲା। ଏହି ମାମଲାରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିବା ସହିତ ହତ୍ୟାକାଣ୍ଡ ପଛର କାରଣ ଉପରୁ ପରଦା ହଟାଇଛି। ଅଭିଯୁକ୍ତ ନାମ ସଚିନ ଏବଂ ଘର ବାହାଦୁରଗଡ଼ ବୋଲି ଜଣାପଡ଼ିଛି। ହିମାନୀ ରହୁଥିବା ଘରେ ହିଁ ତାଙ୍କୁ ହତ୍ୟା କରାଯାଇଛି। ଏପରି କି ଯେଉଁ ସୁଟକେସରେ ମୃତଦେହ ରଖାଯାଇଥିଲା ତାହା ବି ହିମାନୀଙ୍କର ବୋଲି ଜଣାପଡ଼ିଛି। ଅଭିଯୁକ୍ତଠାରୁ ହିମାନୀଙ୍କ ମୋବାଇଲ ଫୋନ ବି ଜବତ ହୋଇଛି।

ସୂଚନା ଅନୁସାରେ, ଅଭିଯୁକ୍ତ ସଚିନ ଏବଂ ହିମାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସଚିନ ତାଙ୍କୁ ବ୍ଲାକମେଲ କରୁଥିଲା। ହିମାନୀଙ୍କଠାରୁ ସେ ଲକ୍ଷ ଲକ୍ଷ ଟଙ୍କା ନେଇସାରିଥିଲା। ଏହି କାରଣକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ବିବାଦରୁ ହିମାନୀଙ୍କ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ତଥାପି ପୁଲିସ ଘଟଣାର ସମସ୍ତ ଦିଗ ପ୍ରତି ତଦନ୍ତ କରୁଛି। ଅଭିଯୁକ୍ତକୁ ଜେରା ଚାଲିଛି। ହତ୍ୟା ପଛର ଆଉ କିଛି କାରଣ ରହିଛି କି ନାହିଁ ସେଥିପ୍ରତି ମଧ୍ୟ ପୁଲିସ ଅନୁସନ୍ଧାନ ଚଳାଇଛି।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories