www.samajalive.in
Saturday, December 13, 2025
26.1 C
Bhubaneswar

ଅନଲାଇନରେ ଅର୍ଡର କଲେ ଫୋନ, ଆସିଲା ସାବୁନ ଓ ବିସ୍କୁଟ

ସମାଜ ଡିଜିଟାଲ ଡେସ୍କ: ଅନଲାଇନରେ ସାମଗ୍ରୀ କିଣି ଲୋକେ ଅନେକ ସମୟରେ ଠକେଇର ଶିକାର ହୋଇଥାଆନ୍ତି। ଗୋଟିଏ ଜିନିଷ ମଗାଇଳେ ପହଞ୍ଚିଥାଏ ଭିନ୍ନ ଜିନିଷ। ଏଭଳି ଅନେକ ନଜିର ରହିଛି। ସେହିପରି ଏକ ଘଟଣା ଏବେ ସାମ୍ନାକୁ ଆସିଛି ନୂଆଦିଲ୍ଲୀରୁ। ଏଠାରେ ଜଣେ ବ୍ୟକ୍ତି ଅନଲାଇନରେ ଏକ ମୋବାଇଲ ଫୋନ ଅର୍ଡର କରିଥିଲେ। ହେଲେ ତାଙ୍କ ପାଖରେ ପହଞ୍ଚିଥିଲା ସାବୁନ ଏବଂ ବିସ୍କୁଟ। ଯାହା ଦେଖିବା ପରେ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଘଟଣାଟି ଦକ୍ଷିଣ ଦିଲ୍ଲୀର ଶେଖ ସରାଇ ଅଞ୍ଚଳର। ବ୍ୟକ୍ତି ଜଣକ ନିକଟସ୍ଥ ଏକ କଲେଜରେ କାର୍ଯ୍ୟ କରନ୍ତି। ସେ ଏକ ମୋବାଇଲ ଫୋନ ଅର୍ଡର କରିଥିଲେ। ପରଦିନ ଜଣେ ଯୁବକ ତାଙ୍କୁ ଫୋନ କରି ପାର୍ସଲ ଆସିଥିବା କହିଥିଲେ। କିନ୍ତୁ ବ୍ୟକ୍ତି ଜଣକ ଘରେ ନ ଥିବାରୁ ପରଦିନ ଫୋନ ନେବେ ବୋଲି କହିଥିଲେ। ସେହି ଅନୁସାରେ ଡେଲିଭରି ବଏ ପରଦିନ ତାଙ୍କୁ ପୁନର୍ବାର ଫୋନ କରିଥିଲେ। ଦିନ ୧୧ଟାରେ ଡେଲିଭରି ବଏ ତାଙ୍କୁ ଫୋନ ଡେଲିଭର କରିଥିଲା। ବ୍ୟକ୍ତି ଜଣକ ୟୁପିଆଇ ଜରିଆରେ୧୬ ହଜାର ୬୮୦ ଟଙ୍କା ପେମେଣ୍ଟ କରିଥିଲେ। କିନ୍ତୁ ସେ ଯେତେବେଳେ ପାର୍ସଲ ଖୋଲିଥିଲେ ସେତେବେଳେ ସେଥିରୁ ଏକ ସାବୁନ ଏବଂ ଗୋଟିଏ ବିସ୍କୁଟ ପ୍ୟାକେଟ ବାହାରିଥିଲା। ଏହା ପରେ ସେ ଡେଲିଭରି ବଏକୁ କଲ କରିଥିଲେ। କିନ୍ତୁ ସେ ତାଙ୍କୁ ଅନଲାଇନ ଶପିଂ ସାଇଟ୍‌ରେ ଅଭିଯୋଗ କରିବାକୁ କହିଥିଲେ। ତା’ପରଠାରୁ ଡେଲିଭରି ବଏଙ୍କ ଫୋନ ଆଉ ଲାଗି ନ ଥିଲା। ସେ ଫୋନ ସୁଇଚଅଫ କରିଦେଇଥିଲେ।

- Advertisement -

ଏହା ପରଦିନ ଆଉ ଜଣେ ଡେଲିଭରି ବଏ ମୋବାଇଲ ଫୋନ ଆଣି ତାଙ୍କ ପାଖରେ ପହଞ୍ଚିଥିଲା। ଏହା ସହିତ ଫୋନ ବାବଦରେ ୧୬ ହଜାର ୬୮୦ ଟଙ୍କା ଦେବାକୁ କହିଥିଲା। ଏହା ଦେଖି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories