www.samajalive.in
Monday, December 8, 2025
27.1 C
Bhubaneswar

ମାଲିକକୁ ତଣ୍ଟି ଚିପି ହତ୍ୟା କଲା କେୟାରଟେକର

ଢେଙ୍କାନାଳ ସଦର:ଢେଙ୍କାନାଳ ସହର ରାମେଶ୍ୱରପୁର ଅଞ୍ଚଳରେ ମାଲିକକୁ କେୟାରଟେକର ତଣ୍ଟି ଚିପି ହତ୍ୟା କରିଥିବା ଖବର ଚାଞ୍ଚଲ୍ୟ ଖେଳାଇ ଦେଇଛି। ମାଲିକର ଅତ୍ୟଧିକ ଆକଟକୁ ସହ୍ୟ କରି ନପାରି ତାଙ୍କୁ ତଣ୍ଟି ଚିପି ହତ୍ୟା କରିଛି। ଅଭିଯୁକ୍ତ କେୟାରଟେକର ୨୧ ବର୍ଷୀୟ ଦିପକ ବିଶ୍ଵାଳ  ବୋଲି ଜଣାପଡ଼ିଛି।

ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ରାମେଶ୍ଵରପୁରରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଉଛନ୍ତି ୭୩ ବର୍ଷୀୟ ବୃଦ୍ଧ ଗିରିଶ କୁମାର ରାଉତ। ଗତ ୨୮ ତାରିଖ ରାତି ୮ଟା ବେଳେ ଘରେ କେହି ନଥିବାର ସୁଯୋଗ ନେଇ ଅଭିଯୁକ୍ତ ଦିପକ ଗିରିଶ କୁମାର ରାଉତଙ୍କ ବେକକୁ କପଡାରେ ବାନ୍ଧି ହତ୍ୟା କରିଥିଲା। ଏହାପରେ ଗିରିଶ କୁମାର ରାଉତ ଖଟରୁ ଖସି ପଡିଥିବା କହିଥିଲା। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ପରେ ସବୁ ସତ ମାନିଥିଲା କେୟାର ଟେକର ଦିପକ।

- Advertisement -

ବୃଦ୍ଧ ଘର ମାଲିକ ଜଣଙ୍କ ଶଯ୍ୟାଶାୟୀ ହୋଇଥିବା ବେଳେ ସବୁବେଳେ କେୟାର ଟେକର ଉପରେ ବିଭିନ୍ନ କାରଣକୁ ନେଇ ଚିଡଚିଡା ହେଉଥିଲେ। ଯେଉଁଥିରେ ବିରକ୍ତ ହୋଇ କେୟାର ଟେକର ତାଙ୍କୁ ସୁଯୋଗ ପାଇ ହତ୍ୟା କରି ଦେଇଥିବା ମାନିଛି ବୋଲି ଢେଙ୍କାନାଳ ଏସପି ସୂଚନା ଦେଇଛନ୍ତି। ଅଭିଯୁକ୍ତକୁ ଗିରଫ ପରେ ମେଡିକାଲରେ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟ ଚାଲାଣ କରାଯାଇଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories