www.samajalive.in
Monday, December 15, 2025
17.1 C
Bhubaneswar

ଜନାବ ହବିବୁଲ୍ଲା ଖାନ ମେମୋରିଆଲ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଦାମନଯୋଡି ଦଳ ବିଜୟୀ

ନବରଙ୍ଗ ପୁର :ଜିଲା କ୍ରୀଡ଼ା ସଂଘ ଏବଂ ରାଜୀବ ଗାନ୍ଧୀ କ୍ଲବ ଆନୁକୂଲ୍ୟରେ ତାରାଗାଁ ଫୁଟବଲ ପଡିଆ ଠାରେ ସ୍ବର୍ଗତ ଜନାବ ହବିବୁଲ୍ଲା ଖାନ ଆନ୍ତଃ ରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲର ଏକ ସଂଘର୍ଷପୂର୍ଣ୍ଣ ଖେଳରେ ଦାମନଯୋଡି ଦଳ ଛତିଶଗଡ ରାଜ୍ୟର ବଚେଲି ଦଳକୁ ୧-୦ ଗୋଲରେ ପରାସ୍ତ କରି ଚମ୍ପିୟାନ ହୋଇଛି। ଚମ୍ପିୟାନ ଦଳକୁ ୩୩,୩୩୩ ଟଙ୍କା ସହ ଟ୍ରଫି ଏବଂ ରନର୍ସ ଦଳକୁ ୨୨,୨୨୨ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଏ ସମସ୍ତ କାର୍ୟ୍ୟକ୍ରମକୁ ଟେଲିଫିଲ୍ମ ନିର୍ଦେଶକ ମନୋଜ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଦଳ ଅଂଶ ଗ୍ରହଣ କରିଥିଲେ।

ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ସମାଜସେବା ପାଇଁ ଯେପରି ସ୍ବର୍ଗତ ହବିବୁଲ୍ଲା ଖାଁ ନିଜକୁ ନିୟୋଜିତ କରିଥିଲେ ତାହା ସବୁଦିନ ପାଇଁ ଏକ ଉଦାହରଣ ହୋଇ ରହିବ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନ ସ୍ବର୍ଗତ ଖାଁ ଙ୍କ ବହୁ ମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋକପାତ କରିଥିଲେ। ଜିଲା କ୍ରୀଡ଼ା ସଂଘର ସମ୍ପାଦକ ପ୍ରହ୍ଲାଦ ତ୍ରିପାଠୀ, ଉପସଭାପତି ଏମ.ଵାଲା କୃଷ୍ଣା ରାଓ, ସହସମ୍ପାଦକ ମନୋଜ କୁମାର ପଟନାୟକ, ସାଂସଦ ପ୍ରତିନିଧି ସୁନୀଲ ସାହୁ, ସମାଜସେବୀ ମୋହନ ରାଓ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଶିଷ୍ଟ ସମାଜସେବୀ ତଥା ବରିଷ୍ଠ ପ୍ରାକ୍ତନ ଶିକ୍ଷକ ନରସିଂହ ତ୍ରିପାଠୀଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଉପଢୌକନ ଏବଂ ଫୁଲତୋଡା ଦେଇ ସମ୍ମାନିତ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories