www.samajalive.in
Monday, December 15, 2025
16.1 C
Bhubaneswar

ଆନ୍ଦୋଳନ ସତ୍ତ୍ବେ ଚାଲିବ ବସ ଓ ଟ୍ରକ, ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଶାସନକୁ ଅନୁରୋଧ

ଭୁବନେଶ୍ବର: ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ ସତ୍ତ୍ବେ ଆସନ୍ତାକାଲି ବସ ଓ ଟ୍ରକ ଚାଲିବ। ଘରୋଇ ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘ ପକ୍ଷରୁ ମିଳିତ ଭାବେ ରାଜ୍ୟ ପରିବହନ ଶ୍ରମିକ ମହାସଂଘର ଆନ୍ଦୋଳନ ଡାକରାକୁ ବିରୋଧ କରାଯାଇଛି। ଘରୋଇ ବସ ମାଲିକ ସଂଘ କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଏ ସଂକ୍ରାନ୍ତରେ ସୂଚନା କହିଛନ୍ତି ଯେ ରାଜ୍ୟ ପରିବହନ ସଂଘର ଆନ୍ଦୋଳନ ଡାକରାକୁ ବସ ମାଲିକ ସଂଘ ସମର୍ଥନ ଦେବନାହିଁ। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ପ୍ରଶାସନକୁ ଅନୁରୋଧ। ଯାତ୍ରୀମାନଙ୍କୁ ଅଗ୍ରୀମ ୩୬ଘଣ୍ଟାର ସୂଚନା ଦେଇନଥିବାରୁ ବିରୋଧ। ଦାବି ଯଥାର୍ଥ ରହିଛି, କିନ୍ତୁ ସମୟ ନ ଦେଲେ ଯାତ୍ରୀ ହଇରାଣ ହେବେ।

ସେହିପରି ରାଜ୍ୟ ପରିବହନ ଶ୍ରମିକ ମହାସଂଘ ଆନ୍ଦୋଳନ ଡାକରାରେ ଟ୍ରକ ମାଲିକ ସଂଘ ସାମିଲ ହେବ ନାହିଁ। ତେଣୁ ଆସନ୍ତାକାଲି ଟ୍ରକ ଚଳାଚଳ ସ୍ବାଭାବିକ ରହିବ କହିଲେ ଟ୍ରକ ମାଲିକ ସଂଘ ସାଧାରଣ ସମ୍ପାଦକ ରବି ଶତପଥୀ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories