www.samajalive.in
Saturday, December 13, 2025
18.1 C
Bhubaneswar

ରାଜ୍ୟସ୍ତରୀୟ ପୁଲିସ ବନ୍ଧୁକଚାଳନା ପ୍ରତିଯୋଗିତା ଉଦ୍‍ଘାଟିତ

୧୮ଟି ଦଳରେ ୩୫୦ ପ୍ରତିଯୋଗୀ ସାମିଲ

ଢେଙ୍କାନାଳ  : ବନ୍ଧୁକ ଚାଳନା ପ୍ରତିଯୋଗିତାରେ ନିଜର ଦକ୍ଷତାକୁ ପ୍ରତିପାଦନ କରିବାସହ ଏହା ଏକ ବନ୍ଧୁ ମିଳନର କାର୍ଯ୍ୟ ମଧ୍ୟ ହୋଇଥାଏ ବୋଲି ଅତିରିକ୍ତ ପୁଲିସ ମହାନିର୍ଦେଶକ ମୁଖ୍ୟଅତିଥିଭାବେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି।
ଢେଙ୍କାନାଳ ରିର୍ଜଭ ପୁଲିସ ପଡ଼ିଆ ନିକଟସ୍ଥ ଫାୟାରିଂ ରେଞ୍ଜରେ ୫୨ତମ ଜାତୀୟସ୍ତରୀୟ ପୁଲିସ ବନ୍ଧୁକ ଚାଳନା ପ୍ରତିଯୋଗିତା ଉଦ୍‍ଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ପୁଲିସ ମହାନିର୍ଦେଶକ ମନୋଜ ଛାବ୍ରା ଯୋଗଦେଇ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରି ଏହି ବନ୍ଧୁକ ଚାଳନା ପ୍ରତିଯୋଗିତା ଓଡ଼ିଶା ପୁଲିସର ଏକ ଗୌରବର ବିଷୟ। ଅତୀତରେ ସେ ଏଠାକୁ ବହୁ ଉତ୍କଣ୍ଠାର ସହ ଆସି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଅଭ୍ୟାସ ମାଧ୍ୟମରେ ନିଜର ଦକ୍ଷତାକୁ ପ୍ରତିପାଦିତ କରିବାର ଏହା ଏକ ସୁଯୋଗ ବୋଲି କହିଥିଲେ। ଢେଙ୍କାନାଳର ଏହି ସୁଟିଂ ରେଞ୍ଜ ଜାତୀୟ ସ୍ତରରେ ଏକ ଶ୍ରେଷ୍ଠ ଫାୟାରିଂ ରେଞ୍ଜ ବୋଲି ସେ ମତବ୍ୟକ୍ତ କରିଥିଲେ। ଓଡ଼ିଶା ପୁଲିସ ବନ୍ଧୁକ ଚାଳନାରେ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଛି। ଏଠାରେ ନୂଆ ରେକର୍ଡ ପ୍ରତିଷ୍ଠା କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏହାଛଡ଼ା ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶିତ କରିବାକୁ ସେ ପ୍ରତିଯୋଗୀଙ୍କୁ ଆହ୍ୱାନ ଦେଇଥିଲେ। ଏହି ଉଦଘାଟନୀ ଉତ୍ସବରେ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ, ଢେଙ୍କାନାଳ ଜିଲାପାଳ ନିଖିଲ ପୱନ କଲ୍ୟାଣ, ଢେଙ୍କାନାଳ ଏସପି ତଥା ପ୍ରତିଯୋଗିତାର ପରିଚାଳନା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ଏହି ପ୍ରତିଯୋଗିତାରେ ସେଣ୍ଟ୍ରାଲ ରେଞ୍ଜ କଟକ, କମିଶନରେଟ ପୁଲିସ (କ), କମିଶନରେଟ ପୁଲିସ (ଖ), ଇଷ୍ଟର୍ଣ୍ଣ ରେଞ୍ଜ ବାଲେଶ୍ୱର, ଇଣ୍ଟେଲିଜେନସ, ନର୍ଦନ ରେଞ୍ଜ ସମ୍ବଲପୁର, ସର୍ଦନ ରେଞ୍ଜ ବ୍ରହ୍ମପୁର, ସାଉଥ-ୱେଷ୍ଟର୍ଣ୍ଣ ରେଞ୍ଜ କୋରାପୁଟ, ପୁଲିସ ତାଲିମ ପ୍ରତିଷ୍ଠାନ, ୱେଷ୍ଟର୍ଣ୍ଣ ରେଞ୍ଜ ରାଉରକେଲା, ଓଏସଏପି ଟସ୍କର (୧,୨,୩ ବାଟାଲିୟନ), ଓଏସଏପି ପାନ୍ଥର (୪,୫, ୬, ୮ ବାଟାଲିୟନ), ଓଏସଏପି ଟସ୍କର (୧,୨,୩ ବାଟାଲିୟନ), ଆଇ ଆର ଟାଇଗର (୨, ୪, ୬, ୮ ବାଟାଲିୟନ), ଆଇ ଆର ଲାୟନ (୧, ୩, ୫, ୭, ୯ ବାଟାଲିୟନ), ଓଏସଏଏଫ ବାଟାଲିୟନ ଚିତ୍ତା, ଏସଓଜି, ଏଓଏପି ଏସଏସ ବାଟାଲିୟନ ଡାଲଣ୍ଡସ (୧, ୨, ୩ ଏବଂ ୪ ବାଟାଲିୟନ) ଏବଂ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜ ସମେତ ୧୮ଟି ଟିମର ୩୫୦ ଆରକ୍ଷୀ ଓ ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଏହି ପ୍ରତିଯୋଗିତାରେ ମୁଖ୍ୟତଃ ରାଇଫଲ ଇନସାସ ୧୦୦ ମିଟର, ୨୦୦ ମିଟର, ୩୦୦ ମିଟର ବନ୍ଧୁକ ଚାଳନା ସହ ପିସ୍ତଲ, ରିଭଲଭର, ଏମପି ୫ ଷ୍ଟେନଗନର ୧୫, ୨୫, ୩୦, ୪୦ ଏବଂ ୫୦ ଗଜର ଫାୟାରିଂ ପ୍ରତିଯୋଗିତା ହେବ। ପ୍ରତିଯୋଗିତାର ନିର୍ବାହୀ ଅଧିକାରୀ ଭାବେ କମାଣ୍ଡାଣ୍ଟଣ୍ଟମହମ୍ମଦ ଜାହିଦ, କମାଣ୍ଡାଣ୍ଟ ନବ କିଶୋର ଦାସ ଏବଂ ସହକାରୀ ଆଡମିନି ଅଫିସର ବିନୋଦ ଦାସ ପ୍ରମୁଖ ପ୍ରତିଯୋଗିତା ପରିଚାଳନା କରୁଛନ୍ତି। ପ୍ରଥମ ଦିବସରେ ରାଇଫଲରେ ୧୫୨, ପିସ୍ତଲ ଓ ରିଭଲଭରରେ ୯୦ ଏବଂ ଷ୍ଟେନ ଗନରେ ୩୬ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ୧୧ ତାରିଖରେ ଉଦଯାପିତ ହେବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories