ନୂଆଦିଲ୍ଲୀ : ସାଧାରଣବର୍ଗ ଗରିବ ମାନଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦% ସରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତିକୁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ନିଷ୍ପତ୍ତି ସ୍ୱାଗତଯୋଗ୍ୟ କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ହିଁ ଅର୍ଥନୈତିକ ଆଧାରରେ ସାଧାରଣବର୍ଗଙ୍କୁ ସଂରକ୍ଷଣ ଦିଆଯାଉ ବୋଲି ସିପିଆଇ ଚାହୁଁଥିବା ସେ କହିଛନ୍ତି।
ସୂଚନା ଅନୁସାରେ କେନ୍ଦ୍ର କ୍ୟବିନେଟ ସୋମବାର ସାଧାରଣ ବର୍ଗଙ୍କୁ ୧୦% ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ। ଶୀତକାଳିନ ଅଧିବେଶନର ଶେଷ ଦିନ ଏହି ବିଲକୁ ଆଗତ କରାଯିବ। ଅନୁସୂଚିତ ଜାତି, ଜନଜାତି ଓ ଓବିସି ବର୍ଗଙ୍କୁ ମୋଟ ୫୦% ସଂରକ୍ଷଣ ଦିଆଯାଇଛି। ସାଧାରଣବର୍ଗକୁ ସଂରକ୍ଷଣ ଦିଆଗଲେ ଏହା ୬୦% ହୋଇଯିବ।
ସାଧାରଣବର୍ଗଙ୍କୁ ସଂରକ୍ଷଣ ସ୍ୱାଗତଯୋଗ୍ୟ : ପିନାରାଇ ବିଜୟନ
Popular Categories



