www.samajalive.in
Thursday, December 11, 2025
23.1 C
Bhubaneswar

ମୋ କ୍ୟାରିୟରର ସର୍ବଶ୍ରେଷ୍ଠ ଉପଲବ୍ଧି : କୋହଲି

ସିଡ୍‌ନୀ :  ଅଷ୍ଟ୍ରେଲିଆକୁ ୨-୧​ରେ  ପରାସ୍ତ କରି ଭାରତ ଟେଷ୍ଟ ସିରିଜ୍‌ ଜିତିଛି  । ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ ଟେ​‌ଷ୍ଟ ସିରିଜ୍‌ ବିଜୟୀ ହୋଇଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି ମତ ଦେଇଛନ୍ତି।
ଚତୁର୍ଥ ଟେଷ୍ଟ ମ୍ୟାଚ୍ ଶେଷ ହେବା ପରେ ସାମ୍ବାଦିକଙ୍କ ସହ ଆଲୋଚନା କାଳରେ କୋହଲି କହିଥିଲେ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ୍‌ ହରାଇଥିବା ଭାରତୀୟ ଦଳର ଅଧିନାୟକ ହୋଇଥିବାରୁ ସେ ବେଶ୍‌ ଗର୍ବିତ। ଏହା ତାଙ୍କ କ୍ୟାରିୟର ସର୍ବଶ୍ରେଷ୍ଠ ଉପଲବ୍ଧି ବୋଲି କହିବାରେ ତାଙ୍କର କୌଣସି ଅସୁବିଧା ନାହିଁ। ୨୦୧୧ ବିଶ୍ବକପ୍‌ ବିଜୟୀ ଭାରତୀୟ ଦଳର ସେ ସଦସ୍ୟ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଏହି ଟେଷ୍ଟ ସିରିଜ୍‌ ବିଜୟ ତାଙ୍କ ପାଇଁ ଅଧିକ ଗୁରୁତ୍ବ ବହନ କରୁଛି। ସେ ତୃତୀୟଥର ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ବେଳେ ଚଳିତଥର ଦଳ ଟେଷ୍ଟ ସିରିଜ୍‌ ଜିତିଥିବାରୁ ସେ ବେଶ୍‌ ଖୁସି ଅଛନ୍ତି। ଅଷ୍ଟ୍ରେଲିଆ ମାଟିରେ ମ୍ୟାଚ୍‌ ଜିତିବା ଭ୍ରମଣକାରୀ ଦଳ ନିମନ୍ତେ ସର୍ବଦା ଏକ ବଡ଼ ଆହ୍ବାନ ହୋଇଥିବା ବେଳେ ଚଳିତଥର ଭାରତୀୟ ଦଳ ଟେଷ୍ଟ ସିରିଜ୍‌ ଜିତି ନୂଆ ଇତିହାସ ସୃଷ୍ଟି କରିଛି। ଟେଷ୍ଟ ସିରିଜ୍‌ରେ ଭାରତୀୟ ଦଳ ଉଭୟ ବୋଲିଂ ଓ ବ୍ୟାଟିଂରେ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହୋଇଥିବା କୋହଲି କହିଛନ୍ତି। ବିଶେଷ କରି ଚେତେଶ୍ବର ପୂଜାରା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ପ୍ରମୁଖ ସିରିଜ୍‌ରେ ଉଚ୍ଚକୋଟିର ପ୍ରଦର୍ଶନ କରିଥିବା କୋହଲି ମତ ଦେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିଜୟୀ ହେବାକୁ ଭାରତୀୟ ଦଳ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିଲା। ଖେଳାଳିମାନେ ରଣନୀତି ଅନୁଯାୟୀ ପ୍ରଦର୍ଶନ କରିଥିବାରୁ ଦଳ ବିଜୟୀ ହେବାକୁ ସକ୍ଷମ ​‌େ​‌ହାଇଥିଲା ବୋଲି କୋହଲି ମତ ଦେବା ସହ ଖେଳାଳିଙ୍କ ପ୍ରଦର୍ଶନ ପାଇଁ ସେ ଗର୍ବିତ ବୋଲି କହିଛନ୍ତି।
ଭାରତୀୟ ଦଳର ଦ୍ରୁତ ବୋଲରଙ୍କୁ ମଧ୍ୟ କୋହଲି ବେଶ୍‌ ପ୍ରଶଂସା କରିଛନ୍ତି। ପୂର୍ବରୁ ଭାରତୀୟ ବ୍ୟାଟସମ୍ୟାନ୍‌ମାନେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ବେଳେ ଗତ କିଛି ସିରିଜ୍‌ରେ ଦଳର ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରୁଥିବା କୋହଲି କହିଛନ୍ତି। ବୋଲର ଓ ବ୍ୟାଟସମ୍ୟାନ୍‌ ଭଲ ପ୍ରଦର୍ଶନ କରୁଥିବାରୁ ଆଗାମୀ ଦିନରେ ଭାରତୀୟ ଦଳ ଅଧିକରୁ ଅଧିକ ସଫଳତା ପାଇବ ବୋଲି କୋହଲି ଆଶାବ୍ୟକ୍ତ କରିଛନ୍ତି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡରେ ଟେଷ୍ଟ ସିରିଜ୍‌ରେ ପରାଜିତ ହୋଇଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଦଳ ପୂର୍ବର ଭୁଲ୍‌ ସୁଧାରିବା ଥିବାରୁ ବିଜୟୀ ହୋଇଥିଲା ବୋଲି କୋହଲି କହିଥିଲେ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories