ଓୟୁଏଟିର ସେଣ୍ଟର ଅଫ୍ ଏକ୍ସଲେନ୍ସ ଦ୍ୱାରା ସଂଗଠିତ ଏଫପିଓ ପାଇଁ ମାର୍କେଟିଂ ସହାୟତା” ଉପରେ ରାଜ୍ୟ ସ୍ତରୀୟ କର୍ମଶାଳା
ଭୁବନେଶ୍ୱର: ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସନିର୍ଦ୍ଦେଶାଳୟରେ “ଏଫପିଓ ପାଇଁ ମାର୍କେଟିଂ ସହାୟତା” ଉପରେ ଏକ ରାଜ୍ୟ ସ୍ତରୀୟ ୱର୍କସପ ସମ୍ପ୍ରସାରଣ ଶିକ୍ଷା ସମ୍ମିଳନୀ ହଲରେ ଅନୁଷ୍ଏଠିତ ହୋଇଯାଇଛି।
ଉଦ୍ଘାଟନୀ ଉତ୍ସବରେ କୁଳପତି ପ୍ରଫେସର ପି.କେ.ରାଉଳ, ଉଦ୍ୟାନ କୃଷି ନିର୍ଦ୍ଦେଶକ (ଆଇଏଏସ୍) ନିଖିଲ ପାଭନ କଲ୍ୟାଣ, ବି.କେ. ପଟ୍ଟନାୟକ, ଓଡିଶାର ପୂର୍ବତନ ମୁଖ୍ୟ ଶାସନସଚିବ, ପ୍ରଫେସର ପି.ଜେ ମିଶ୍ରଏବଂ ଶର୍ବାଣୀ ଦାସ, ପ୍ରମୁଖ ଯୋଗ ଦେଇଥିଲେ।
ଶ୍ରୀ ନିଖିଲ ପାଭନ କଲ୍ୟାଣ ସରକାରୀ ନୀତିର ଭୂମିକା ଉପରେ ଆଲୋକପାତ କରିଥିବାବେଳେ ପ୍ରଫେସର ପି.କେ.ରାଉଳ ସ୍ଥାୟୀ ବଜାର ସଂଯୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେଏବଂପ୍ରଫେସର ପି.ଜେ ମିଶ୍ର କୃଷି କ୍ଷେତ୍ରରେସହଯୋଗର ଗୁରୁତ୍ୱକୁ ସୂଚିତ କରି ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଚିତ୍ର ସେନାପତି, ସୁବ୍ରଜିତ ଶତପଥୀ, କୌଶିକ ଘୋଷ, ସ୍ବଦେଶ ତ୍ରିପାଠୀ, ବି.କେ. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.