www.samajalive.in
Sunday, December 14, 2025
19.1 C
Bhubaneswar

ତୃତୀୟ ଲହର ପାଇଁ ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ବର : ରାଜ୍ୟରେ କରୋନା ମହାମାରୀର ପ୍ରଭାବ ଏବେ ୨୯ ଜିଲାରେ ପ୍ରଭାବଶୂନ୍ୟ ହେବାକୁ ଯାଉଛି। ଦୀର୍ଘଦିନ ଧରି ଲାଲ ଓ ହଳିଦିଆ ବଳୟ ଭିତରେ ଥିବା କଟକ ଜିଲା ଏବେ ମୁକୁଳି ସବୁଜ ବଳୟରେ ପ୍ରବେଶ କରିଛି। ରାଜ୍ୟରେ ଏବେ କେବଳ ଖୋର୍ଦ୍ଧା ଜିଲାରେ ୨ହଜାର ୯୬୨ ସକ୍ରିୟ ଆକ୍ରାନ୍ତ ଥିବାରୁ ଜିଲା ଲାଲ ବଳୟରେ ରହିଛି। ଅନ୍ୟପକ୍ଷରେ ଶିଶୁ ଲହର ଆସିବ ବୋଲି ସବୁଆଡେ ତନାଘନା ଆରମ୍ଭ ହୋଇସାରିଲାଣି। ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସତର୍କ କରାଯିବା ପରେ ଏବେ ସ୍ବାସ୍ଥ୍ୟବିଭାଗର ଚିନ୍ତା ବଢ଼ି ଯାଇଛି। ଯଦି ଅକ୍ଟୋବରରେ ଦୈନିକ ୧୦ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ବାହାରିବେ ତେବେ କିଭଳି ସେମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ ତାହାକୁ ନେଇ କଟକସ୍ଥିତ ଶିଶୁ ଭବନର ଉତ୍କର୍ଷ କେନ୍ଦ୍ର ଉପରେ ପ୍ରାଧାନ୍ୟ ଦିଆଯାଉଛି। ଏହାବାଦ୍ ଜିଲାସ୍ତରରେ ୫୦ପ୍ରତିଶତ ଶଯ୍ୟା କେବଳ ଶିଶୁଙ୍କ ଲାଗି ସଂରକ୍ଷଣ ରଖିବାକୁ କୁହାଯାଇଛି। ଯଦି ଶିଶୁ ଲହର ସାଂଘାତିକ ରୂପ ଧାରଣ କରେ ତେବେ କରୋନା ଯତ୍ନ କେନ୍ଦ୍ର ପୁନର୍ବାର ଖୋଲାଯିବ। ଶିଶୁ ଲହର ନଆସୁଣୁ ଏତେ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ ବୋଲି ରାଜ୍ୟ ଭେଷଜ, ଶିକ୍ଷା ଓ ତାଲିମ ନିର୍ଦେଶକ(ଡିଏମଇଟି) ଡା. ସି ବି କେ ମହାନ୍ତି କହିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ତୃତୀୟ ଲହରକୁ ମୁକାବିଲା କରିବାପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜରୁରୀ ଔଷଧ ଏବେଠାରୁ ମହଜୁଦ୍ ରଖିବାକୁ ଜଲାପାଳମାନଙ୍କୁ କୁହାଯାଇଛି। ସରକାର ସବୁପ୍ରକାର ପ୍ରସ୍ତୁତିରେ ରହିଛନ୍ତି, ହେ‌େ‌ଲ ଲୋକେ ସଚେତନ ରହିଲେ ହେଲା ବୋଲି ଡା. ମହାନ୍ତି କହିଛନ୍ତି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories