www.samajalive.in
Sunday, December 7, 2025
14.1 C
Bhubaneswar

+୨ ପାଠ୍ୟଖସଡ଼ା ହ୍ରାସ ପାଇଁ ପ୍ରସ୍ତାବ : ବଦଳିବ ପରୀକ୍ଷା ରୂପରେଖ, ନିୟମିତ ମପାଯିବ ଦକ୍ଷତା

ଭୁବନେଶ୍ବର : କରୋନା ସଂକ୍ରମଣ ଯୋଗୁଁ ପାଠପଢ଼ା ବହୁଳ ଭାବେ ପ୍ରଭାବିତ ହୋଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଠ୍ୟଖସଡ଼ା, ମୂଲ୍ୟାୟନ ଓ ପରୀକ୍ଷା ପଦ୍ଧତିକୁ ନେଇ ବିବିଧ ନିଷ୍ପତ୍ତି ନିଆଯାଇଛି। ପରିଷଦ ପକ୍ଷରୁ ଏକାଧିକ ବିକଳ୍ପ ସମ୍ବନ୍ଧରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ମୁଖ୍ୟତଃ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ୩୦ ପ୍ରତିଶତ ପାଠ୍ୟକ୍ରମ କମାଯିବ। ତେବେ ପରୀକ୍ଷା ପରିଚାଳନା ଓ ବିକଳ୍ପ ମୂଲ୍ୟାୟନ ସମ୍ବନ୍ଧରେ ପ୍ରସ୍ତାବ ଦିଆଯାଇଥିବାବେଳେ ଏଯାବତ୍‌ ନିଷ୍ପତ୍ତି ନିଆଯାଇନି।
ବୈଠକରେ ନବମ ଓ ଦଶମ ଭଳି ଏଣିକି ଏକାଦଶ ଏବଂ ଦ୍ବାଦଶ ଛାତ୍ରଛାତ୍ରୀଙ୍କର ନିୟମିତ ଭାବେ ମୂଲ୍ୟାୟନ କରାଯିବା ନେଇ ଆଲୋଚନା ହୋଇଛି। ଯୁକ୍ତ ଦୁଇ ପ୍ରଥମ ଓ ଦ୍ବି୍ତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ନିୟମିତ ଭାବେ ପରୀକ୍ଷା ହେବା ସହ ବିଦ୍ୟାର୍ଥୀଙ୍କ ଦକ୍ଷତା ମପାଯିବ। ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ଟର୍ମିନାଲ ପରୀକ୍ଷା, ବିକଳ୍ପ ମୂଲ୍ୟାୟନ ନେଇ ଆଲୋଚନା କରାଯାଇଛି। କରୋନା ଭଳି ମହାମାରୀ ବେଳେ ଶିକ୍ଷାନୁଷ୍ଠାନ ବନ୍ଦ ରହିଲେ କିଭଳି ମୂଲ୍ୟାୟନ ହେବ ସେନେଇ ବିଚାରବିମର୍ଶ କରାଯାଇଛି। ବୈଠକରେ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷରେ ୩ଟି ଲେଖାଏଁ ଇଣ୍ଟରନାଲ(ଅଧିବେଶନ) ପରୀକ୍ଷା କରିବାକୁ ସହମତି ପ୍ରକାଶ ପାଇଛି। ଯୁକ୍ତ ଦୁଇ ପ୍ରଥମ ଓ ଦ୍ବିତୀୟ ବର୍ଷ ଶେଷରେ ବାର୍ଷିକ ପରୀକ୍ଷା ପୂର୍ବଭଳି ହେବ।
ସେହିପରି ଯୁକ୍ତ ଦୁଇ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରଥମ ତୈ ମାସିକ ତଥା ଦକ୍ଷତା ମାପିବାକୁ ପରୀକ୍ଷା ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ କରାଯିବ। କେଉଁ ପରୀକ୍ଷା କେବେ ହେବ ସେନେଇ ମଧ୍ୟ ଆଲୋଚନା ହୋଇଛି। କନିଷ୍ଠ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମସ୍ତ ପରୀକ୍ଷା ପରିଚାଳନା କରିବେ। ଯୁକ୍ତ ଦୁଇ ଶେଷ ତଥା ଚୂଡ଼ାନ୍ତ ପରୀକ୍ଷା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ହେବ। ଚୂଡ଼ାନ୍ତ ପରୀକ୍ଷା ତାରିଖ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନି।
ବୈଠକରେ ଯୁକ୍ତ ଦୁଇ ପାଠ୍ୟଖସଡ଼ା(ସିଲାବସ୍‌) ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ଯୋଗୁଁ ଯୁକ୍ତ ଦୁଇ ପିଲାଙ୍କ ପାଠପଢ଼ା ବିଳମ୍ବିତ ହୋଇଥିବାରୁ ୭୦% ପାଠ୍ୟକ୍ରମ ପଢ଼ିବେ ଛାତ୍ରଛାତ୍ରୀ। ପୂର୍ବରୁ ଏନେଇ ବିଭାଗ ଘୋଷଣା କରିଥିବାବେଳେ ପରିଷଦକୁ ମାନଦଣ୍ଡ ଧାର୍ଯ୍ୟ ପାଇଁ କାର୍ଯ୍ୟଭାର ଦେଇଥିଲା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଠ୍ୟଖସଡ଼ା ମୁଖ୍ୟଙ୍କ ସହ ପାଠ୍ୟକ୍ରମ କମ୍‌ ସମ୍ବନ୍ଧରେ ଚର୍ଚ୍ଚା ହୋଇଥିଲା। କେଉଁ ବିଷୟରେ କେତେ କଟାଯିବ ସେନେଇ ନିଷ୍ପତ୍ତି ନିଆଯାଇଛି। ଏହି ସବୁ ନି‌ଷ୍ପତ୍ତି ଓ ଏକାଧିକ ପ୍ରସ୍ତାବ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ପଠାଯାଇଛି। ବିଭାଗ ପକ୍ଷରୁ ଅନୁମତି ମିଳିବା ପରେ ଏହା ରାଜ୍ୟର ମୋଟ ୨୦୩୧ କନିଷ୍ଠ ମହାବିଦ୍ୟାଳୟରେ ଲାଗୁ ହେବ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories