www.samajalive.in
Saturday, December 6, 2025
15.1 C
Bhubaneswar

ସ୍ୱାସ୍ଥ୍ୟକର୍ମୀ ଓ ସ୍ବେଛାସେବୀମାନଙ୍କ ଟିକାକରଣ ନିଶ୍ଚିତ କରିବେ ରାଜ୍ୟ ସରକାର

ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କୋଭିଡ ପ୍ରତିଷେଧକ ଟିକାକରଣ ଓ ଏଥିପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କୁ ପ୍ରତିଷେଧକ ଟିକା ଦିଆଯିବ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହ ଅନୁଷ୍ଠିତ ଏହି ବୈଠକରେ ଯେଉଁ ସ୍ଥାନ ଗୁଡ଼ିକରେ ଅଧିକ ଟିକାକରଣ ହୋଇନାହିଁ, ସେଗୁଡ଼ିକର ଚିହ୍ନଟ ଓ ଯେଉଁ ସ୍ଥାନ ଗୁଡ଼ିକରେ ପୁନଃ ସଂକ୍ରମଣ ଅଧିକ ରହିଛି ସେଗୁଡ଼ିକରେ ବିହିତ ପଦକ୍ଷେପ ଗ୍ରହଣ ସମ୍ପର୍କରେ ଆଲୋଚନା କରାଯାଇଛି।

ସ୍ୱାସ୍ଥ୍ୟ କର୍ମୀ ଓ କରୋନା ମୁକାବିଲା କରୁଥିବା ସ୍ବେଛାସେବୀମାନଙ୍କ ଟିକାକରଣ କ୍ଷେତ୍ରରେ ଯେପରି ଉପଯୁକ୍ତ ବ୍ୟକ୍ତି ପ୍ରତିଷେଧକ ନେଇପାରିବେ ରାଜ୍ୟ ସରକାରମାନେ ତାହା ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ଏହା ବ୍ୟତୀତ ବେସରକାରୀ କୋଭିଡ ପ୍ରତିଷେଧକ ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକାକରଣ ପ୍ରକ୍ରିୟାର ନିୟମିତ ସମୀକ୍ଷା କରିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଏହି ସମୀକ୍ଷା ବୈଠକ ସମୟରେ ପ୍ରତିଷେଧକ ଯେପରି ନଷ୍ଟ ନ ହେବ ସେଥିପ୍ରତି ଯତ୍ନଶୀଳ ରହିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ କୁହାଯାଇଛି। ପ୍ରତିଷେଧକଗୁଡ଼ିକୁ ଠିକ୍‍ ସମୟରେ ଲୋକମାନଙ୍କୁ ଦିଆଯିବା ପାଇଁ ସେମାନଙ୍କୁ ପରାମର୍ଶ ଦିଆଯାଇଛି।

ବୈଠକରେ କୋଭିଡ ପ୍ରତିଷେଧକ କ୍ଷମତାପନ୍ନ ଗୋଷ୍ଠି ଅଧ୍ୟକ୍ଷ ଡକ୍ଟର ଆର୍‍.ଏଫ୍‍. ଶର୍ମା ପ୍ରତିଷେଧକର କୌଣସି ଅଭାବ ନ ଥିବା ବିଷୟ ଜଣାଇଛନ୍ତି। ସେ କହିଛନ୍ତି, ଦ୍ୱିତୀୟ ଡୋଜ୍‍ ଦେବା ପାଇଁ ପ୍ରତିଷେଧକ ଗୁଡ଼ିକୁ ସଂରକ୍ଷିତ କରି ରଖିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ସେ ଦୃଷ୍ଟିରୁ ରାଜ୍ୟ ସରକାରମାନେ ତୁରନ୍ତ ସେଗୁଡ଼ିକୁ ସରକାରୀ ଓ ବେସରକାରୀ ହସ୍ପିଟାଲଗୁଡ଼ିକୁ ଯୋଗାଇଦେବା ଆବଶ୍ୟକ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories