BJD Bijuli 480×75 Mob

୧୨ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ

BJD Bijuli 480×75 Mob

ଡେସ୍କ: ରାଜ୍ୟ କ୍ୟାବିନେଟର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ବୁଣାକାର ଓ କାରିଗର ସହାୟତା ଯୋଜନାରେ ହିତାଧିକାରୀମାନଙ୍କୁ ୨ ହଜାର ପରିବର୍ତ୍ତେ ଅଢ଼େଇ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଣିକି ୪୦ରୁ ୮୦ ବର୍ଷ ବୟସ ବୁଣାକାରଙ୍କୁ ୨ ହଜାର ଓ ୮୦ ବର୍ଷରୁ ଅଧିକ ବୟସର ବୁଣାକାରଙ୍କୁ ମିଳିବ ୨ ହଜାର ୫୦୦ ଟଙ୍କା।

ପୁଣି ଚର୍ଚ୍ଚାରେ ପାକିସ୍ତାନୀ ପ୍ରେମିକା ଲଭଷ୍ଟୋରି – ଭାରତରେ ଓକିଲ ନିଯୁକ୍ତି କଲେ ପ୍ରଥମ ସ୍ୱାମୀ

କ୍ୟାବିନେଟର ଅନ୍ୟ ନିଷ୍ପତ୍ତିଗୁଡିକ ହେଉଛି –
– ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ମିଳିବ ୟୁନିଫର୍ମ ସହାୟତା, ୭୦ ଲକ୍ଷ ମହିଳାଙ୍କୁ ୧ ହଜାର ଲେଖାଏଁ ଦିଆଯିବ ଓ ଏକଜିକ୍ୟୁଟିଭ ମେମ୍ବର ବ୍ଲେଜର ପାଇଁ ପାଇବେ ଅଧିକ ୨ ହଜାର ଟଙ୍କା।
– ଆଇଟିଆଇ, ପଲିଟେକନିକ ଶିକ୍ଷାନୁଷ୍ଠାନରେ ଦୁଇଟି କ୍ୟାଡର ରୁଲର ସଂଶୋଧନକୁ ମଞ୍ଜୁରୀ।
– ନୂଆ ଓ ସ୍କଲାରସିପକୁ କ୍ୟାବିନେଟ ମଞ୍ଜୁରୀ – ବାର୍ଷିକ ଛାତ୍ରଙ୍କୁ ୯ ହଜାର ଓ ଛାତ୍ରୀଙ୍କୁ ୧୦ ହଜାର ଟଙ୍କାର ବୃତ୍ତି ମିଳିବ, ଏସସି/ଏସଟି ଓ ନିର୍ମାଣ ଶ୍ରମିକଙ୍କ ପୁଅଙ୍କୁ ୧୦ ହଜାର ଓ ଝିଅଙ୍କୁ ୧୧ ହଜାର ମିଳିବ।
– ନିୟମିତ ହେବେ ବହୁଭାଷୀ ଶିକ୍ଷା ସହାୟକ। ୨୧୩ରୁ ୭୩ ଜଣଙ୍କ ବୟସ ସୀମା କୋହଳ, ଅବଶିଷ୍ଟ ଶିକ୍ଷା ସହାୟକଙ୍କୁ ଯୋଗ୍ୟତା ହାସଲ ପାଇଁ ୩ ବର୍ଷ ସମୟ।


– ପୁରୀରେ କୁଲତା ସମାଜର ଧର୍ମଶାଳା ପାଇଁ ବାଲୁଖଣ୍ଡରେ ୧ ଏକର ଜମି ଯୋଗାଇ ଦିଆଯିବ।
– ସଂସ୍କୃତି ବିଭାଗରେ ନୂଆ ପଦବୀକୁ ମଞ୍ଜୁରୀ।
– ରାଜ୍ୟର ସବୁ ଐତିହ୍ୟ ଓ କିର୍ତ୍ତୀରାଜିର ସୌନ୍ଦର୍ଯ୍ୟକାରଣ ହେବ।
– ୧୫୯ଟି ପ୍ରକଳ୍ପର ରୂପାନ୍ତରଣ ପ୍ରସ୍ତାବକୁ ମଞ୍ଜୁରୀ, ଖର୍ଚ୍ଚ ହେବ ୨ ହଜାର ୬୨ କୋଟି ୧୯ ଲକ୍ଷ ଟଙ୍କା।

ସାମାନ୍ୟ କାରଣ ପାଇଁ କଂଗ୍ରେସର ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କଲା ଆୟକର ବିଭାଗ

Comments are closed.