ଭାରତରେ ନୂତନ ବିଏମଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ
ଭୁବନେଶ୍ୱର : ଭାରତରେ ନୂତନ ବିଏମ୍ଡବ୍ଲ୍ୟୁ ଏକ୍ସ୩ର ଶୁଭାରମ୍ଭ କରାଯାଇଛି। ବିଏମ୍ଡବ୍ଲ୍ୟୁ ଏକ୍ସ ୩ ଆକର୍ଷଣୀୟ ଡ୍ରାଇଭିଂ ଡାଇନାମିକ୍ସ ସହିତ ନିପୁଣ ବ୍ୟବହାର୍ଯ୍ୟର ମିଶ୍ରଣ ଆକ୍ଟିଭ ଏବଂ ଗତିଶୀଳ ଲାଇଫ୍ ଷ୍ଟାଇଲ ପାଇଁ ଉତ୍ତମ। ଏହି କାର୍ ଆଜିଠାରୁ ବିଏମ୍ଡବ୍ଲ୍ୟୁ ଡିଲରସିପରେ ଉପଲବ୍ଧ ହେବ। ଏହା ବର୍ତ୍ତମାନ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ। ଏହାର ପେଟ୍ରୋଲ ଭାରିଆଣ୍ଟ ୨୦୧୮ରେ ପରବର୍ତ୍ତୀ ସମୟରେ ଶୁଭାରମ୍ଭ ହେବ। ବିଏମ୍ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରଇଭ୍ ୨୦ଡି ଏକ୍ସପିଡିସନ ର ଏକ୍ସସୋରୁମ୍ ମୂଲ୍ୟ ୪୯,୯୯,୦୦୦ ଟଙ୍କା ରହିଥିବାବେଳେ, ଏହାର ଲକ୍ସୁରି ଲାଇନର ମୂଲ୍ୟ ରହିଛି ୫୬,୭୦,୦୦୦ ଟଙ୍କା। ଏହି ପରିପ୍ରେକ୍ଷୀରେ ବିଏମ୍ଡବ୍ଲ୍ୟୁ ଗ୍ରୁପ ଇଣ୍ଡିଆର ପ୍ରେସିଡେଣ୍ଟ ମି. ବିକ୍ରମ ପାୱା କହିଛନ୍ତି ଯେ, ବିଏମ୍ଡବ୍ଲ୍ୟୁ ଏକ୍ସ୩ ପକ୍ଷରୁ ଭାରତରେ ମଧ୍ୟମ ସ୍ପୋର୍ଟସ ଆକ୍ଟିଭିଟି ଗାଡ଼ିର ପ୍ରତିଷ୍ଠା କରାଯାଇଛି ଏବଂ ଏହାର ଆଧୁନିକ ଗୁଣବତ୍ତା ପାଇଁ ଶ୍ରେଷ୍ଠ ହୋଇପାରିଛି। ବିଏମ୍ଡବ୍ଲ୍ୟୁ ଏକ୍ସ୩ ନିଜର ସଫଳତାର କାହାଣୀରେ ଅଧିକ ଶ୍ରେଷ୍ଠ, ଗତିଶୀଳ, ଶକ୍ତିଶାଳୀ ତଥା ଦକ୍ଷତା ପୂର୍ଣ୍ଣ ଚାଳକ ପ୍ରକିୟା ଏବଂ ଏହା ଏକ ନୂତନ ଅଧ୍ୟାୟ ଲେଖିବାକୁ ଯାଉଛି। ଏଥିରେ ଥିବା ଅତୁଳନୀୟ ବିଏମ୍ଡବ୍ଲ୍ୟୁ ଟ୍ୱିନ୍ ପାୱାର୍ ଟେକ୍ନୋଲୋଜି ଉଚ୍ଚମାନର କାର୍ଯ୍ୟଦକ୍ଷତା ଯୁକ୍ତ ସର୍ବାଧିକ ଶକ୍ତି ପ୍ରଦାନ କରିଥାଏ। ବିଏମ୍ଡବ୍ଲ୍ୟୁ ଏକ୍ସ ୩ ଏକ୍ସ ଡ୍ରଇଭ୍ ୨୦ଡି ର ଟୁ-ଲିଟର୍ ଫୋର୍-ସିଲିଣ୍ଡର୍ ଡିଜେଲ୍ ଇଞ୍ଜିନ୍ ୧୪୦କିୱା/୧୯୦ ଏଚ୍ପି ଆଉଟ୍ପୁଟ୍ ଓ ୧୭୫୦-୨୫୦୦ ଆର୍ପିଏମ୍ରେ ୪୦୦ଏନ୍ଏମ୍ର ସର୍ବାଧିକ ଟର୍କ ସୃଷ୍ଟି କରିଥାଏ।