www.samajalive.in
Sunday, December 14, 2025
19.1 C
Bhubaneswar

ଟିଟିଲାଗଡ଼ର ପାରଦ ୪୩ଡ଼ିଗ୍ରୀରେ

ଭୁବନେଶ୍ୱର: ରାଜ୍ୟକୁ ମାଡ଼ିଆସୁଛି ପ୍ରଚଣ୍ଡ ତାତି। କିଛି ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଲାଗିରହିଥିବାବେଳେ ଏବେ ଗ୍ରୀଷ୍ମପ୍ରକୋପ ଲୋକଙ୍କୁ ଅତିଷ୍ଠ କଲାଣି। ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳି ଭିତରେ ତାପମାତ୍ରା ହୁ ହୁ ହୋଇ ବଢ଼ୁଛି। ବୁଧବାର ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ର ପାରଦ ୪୩ଡ଼ିଗ୍ରୀରେ ପହଞ୍ଚିବା ସହିତ ଏହା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗିରରେ ମଧ୍ୟ ୪୩ ପାଖାପାଖି((୪୨.୮) ରହିଛି। ହୀରାକୁଦ, ଭବାନିପାଟଣାରେ ୪୧ଡ଼ିଗ୍ରୀ ଉପରେ ଥିବାବେଳେ ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ତାଳଚେର, ମାଲକାନଗିରିରେ ୪୦ଡ଼ିଗ୍ରୀ ଉପରେ ରହିଛି।
ଗତକାଲି କାଳବୈଶାଖୀ ପ୍ରଭାବରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ଘୂର୍ଣ୍ଣିଝଡ଼ ହୋଇଥିଲା। କଟକ ସମେତ ବାରିପଦା,ଢ଼େଙ୍କାନାଳ, ଦାରିଙ୍ଗବାଡ଼ି ଓ ଅନ୍ୟାନ୍ୟ ଅଞ୍ଚଳରେ ୧୦ରୁ ୧୩ ମିମି ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ତାପମାତ୍ରା ଅଧିକ ରହିବା ସହିତ ୨୨ ଓ ୨୨ରେ କାଳବୈଶାଖୀର ଆଶଙ୍କା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଅନ୍ୟପକ୍ଷରେ ୧୯ରେ ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, ଗଜପତିରେ କାଳବୈଶାଖୀର ସମ୍ଭାବନା ଥିବାବେଳେ ୨୦ରୁ ୨୩ ପର୍ଯ୍ୟନ୍ତ ତାତି ବଢ଼ିବା ସହିତ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଏଥିନେଇ ମତ୍ସ୍ୟଜୀବୀ ସତର୍କ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories