www.samajalive.in
Monday, December 15, 2025
27.1 C
Bhubaneswar

ରାସ୍ତାରୁ ପଇସା ଗୋଟାଉଥିବା ଲୋକମାନେ ‘ବିଗବସ୍‍’କୁ ଆସିଛନ୍ତି : ଶ୍ରୀସନ୍ତ

ମୁମ୍ବଇ : ଲୋକପ୍ରିୟ ତଥା ବିବାଦୀୟ ରିଆଲିଟି ସୋ’ ‘ବିଗବସ୍‍-୧୨’ ମଧ୍ୟ ଲୋକମାନଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳିଛି। ସୋ’ରେ ଅର୍ନ୍ତଜାତୀୟ କ୍ରିକେଟର ଶ୍ରୀସନ୍ତ ବହୁ ଚର୍ଚ୍ଚାରେ ରହିଛନ୍ତି। ଶ୍ରୀସନ୍ତ ସୋ’ର ପ୍ରତିଯୋଗୀ ଦୀପକଙ୍କୁ ଅପମାନ କରିଥିବା ଦେଖିବାକୁ ମିଳିଥିଲା। ସେ କହିଛନ୍ତି ‘ରାସ୍ତାରେ ଯିବାବେଳେ ଆମେ ପଇସା ପକାଇଲେ ଉଠାଉଥିବା ଲୋକମାନେ ‘ବିଗବସ୍‍’କୁ ପଳାଇ ଆସିଛନ୍ତି। ଏହାକୁ ନେଇ ‘ବିଗବସ୍‍’ ଘରେ ବିବାଦ ସୃଷ୍ଟି ହୋଇଥିଲା। ସମସ୍ତ ପ୍ରତିଯୋଗୀ ଶ୍ରୀସନ୍ତଙ୍କୁ ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ସୋ’ରେ ଶନିବାର ଓ ରବିବାର ଅଭିନେତା ସଲମନ ଆସି ସପ୍ତାହର ସମସ୍ତ ଘଟଣା ଉପରେ ଆଲୋଚନା କରିଥାଆନ୍ତି। ଶ୍ରୀସନ୍ତ ଏଭଳି ବ୍ୟବହାରକୁ ନେଇ ଉପସ୍ଥାପକ ସଲମନ ଶ୍ରୀସନ୍ତଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି। ସଲମନ କହିଛନ୍ତି, ଯଦି ଏଭଳି ଲୋକମାନେ ସୋ’ ଆସିଛନ୍ତି, ତାହା ହେଲେ ବହୁତ ଭଲ। ମୋ ସୋ’ ସବୁଠାରୁ ଭଲ ସୋ ବୋଲି ଅଭିନେତା ସଲମନ କହିଛନ୍ତି।
ସୂଚନାଯୋଗ୍ୟ ଯେ, ସୋ’ର ମୁତାବିକ ପ୍ରତି ସପ୍ତାହରେ ଘରେ ଖରାପ କାମ କରୁଥିବା ଲୋକମାନେ ସମସ୍ତ ପ୍ରତିଯୋଗୀ ବିଚାରକରି ଜେଲକୁ ପଠାଯାଏ। ତେଣୁ ଏହି ସପ୍ତାହରେ ଶ୍ରୀସନ୍ତଙ୍କୁ ଜେଲକୁ ପଠାଯାଇଥିଲା। ଯାହାକୁ ନେଇ ଶ୍ରୀସନ୍ତ ଏହାର ବିରୋଧ କରିଥିଲେ। ପରେ ଶ୍ରୀସନ୍ତ ଜେଲକୁ ଯାଇଥିଲେ। ପରଦିନ ସକାଳେ ଘରର ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଆଲୋଚନା ସମୟରେ ଶ୍ରୀସନ୍ତ ଦୀପକଙ୍କୁ ଆପେକ୍ଷ କରି ଏହି କଥା କହିବାକୁ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ସମାଲୋଚନା ହୋଇଥିବା ଦେଖିବାକୁ ମିଳିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories