www.samajalive.in
Thursday, December 11, 2025
14.1 C
Bhubaneswar

କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କଲେ କ୍ରିକେଟର ଶ୍ରୀସନ୍ଥ

ନୂଆଦିଲ୍ଲୀ – ଘରୋଇ କ୍ରିକେଟ ସହ କ୍ରିକଟର ସମସ୍ତ ଫର୍ମାଟରୁ   କ୍ରିକେଟର ଶ୍ରୀସନ୍ଥ ସନ୍ୟାସ ଘୋଷଣା କରିଛନ୍ତି। ୨୦୧୩ ମସିହାରେ ଆଇପିଏଲ୍‌ ସମୟରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଫସିବାପରେ ବିସିସିଆଇ ପକ୍ଷରୁ ତାଙ୍କ ଉପରେ ନିଷେଧାଜ୍ଞା ଜାରି କରାଯାଇଥିଲା। ବିସିସିଆଇ ପକ୍ଷରୁ ଏହାର ସମୟ ସୀମା ହ୍ରାସ କରାଯିବାରୁ ସେ ପୁଣି ମୈଦାନକୁ ଫେରିବେ ବୋଲି ଆଶା କରାଯାଉଥିଲା । ୨୦୨୧ ମସିହାରେ ସୟିଦ ମୁସ୍ତାକ ଅଲୀ କ୍ରିକେଟ ମ୍ୟାଚରେ ସେ କେରଳ ତରଫରୁ ଖେଳିଥିଲେ ।  ୨୦୨୧ ଏବଂ ୨୦୨୨ ମସିହା  ଆଇପିଏଲ୍‌ର ନିଲାମିରେ ତାଙ୍କ ନାମ ସାମିଲ୍‌ ଥିଲା  । ମାତ୍ର ତାଙ୍କୁ କେହି ବି କିଣି ନଥିଲେ । ମାର୍ଚ୍ଚ ୯ ତାରିଖରେ ସେ ଘରୋଇ ମ୍ୟାଚ ସହ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିବା କଥା ଘୋଷଣା କରିଛନ୍ତି ।

- Advertisement -

ଘରୋଇ କ୍ରିକେଟରୁ ସନ୍ୟାସ ନେବା ବେଳେ ସେ ନିଜ ପରିବାର ଲୋକ, ଶୁଭେଚ୍ଛୁ, ପ୍ରଶଂସକ ଏବଂ ଭାରତର କ୍ରିକେଟପ୍ରେମୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ପରବର୍ତ୍ତୀ ଖେଳାଳୀ ଏବଂ ନୂଆ ପ୍ରତିଭାଙ୍କ ପାଇଁ ସେ ସୁଯୋଗ ସୃଷ୍ଟି କରିବାକୁ ସନ୍ୟାସ ନେଉଥିବା କଥା କହିଛନ୍ତି । ସେ ଭାରତ ପାଇଁ ୨୭ଟି ଟେଷ୍ଟ ମ୍ୟାଚ ଏବଂ ୫୩ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories