www.samajalive.in
Saturday, December 6, 2025
14.1 C
Bhubaneswar

ଦୌଡ଼ ପରୀକ୍ଷା ଦେବେନି କମ୍ବାଲା ଧାବକ ଶ୍ରୀନିବାସ; କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଦେଇଥିଲେ ପ୍ରସ୍ତାବ

ବେଙ୍ଗାଲୁରୁ: କର୍ଣ୍ଣାଟକର ପାରମ୍ପରିକ କ୍ରୀଡ଼ା କମ୍ବାଲା ରେସ୍‌ର ଚର୍ଚ୍ଚିତ ଧାବକ ଶ୍ରୀନିବାସ ଗୌଡ଼ା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ମଇଁ​‌ଷି ଦୌଡ଼ ପ୍ରତିଯୋଗିତାରେ ଶ୍ରୀନିବାସ ନିଜର ୨ ମଇଁଷିଙ୍କ ସହ ଦୌଡ଼ିଥିଲେ। ସେ ପ୍ରତିଯୋଗିତାରେ ୧୩.୬୨ ସେକେଣ୍ଡରେ ୧୪୨.୫ ମିଟର ଦୌଡ଼ ପୂରା କରିଥିଲେ। ଏହା ପରେ ତାଙ୍କର ହାରାହାରି ବେଗକୁ ନେଇ ଗଣନା ଆରମ୍ଭ କରାଯାଇଥିଲା, ଯେଉଁଥିରୁ ସେ ୯.୫୫ ସେକେଣ୍ଡରେ ୧୦୦ ମିଟର ଦୌଡ଼ିଥିବା ଜଣାପଡ଼ିଥିଲା। ଏହା ପରେ ତାଙ୍କର ସ୍ପିଡ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ବିଶ୍ଵର ସବୁଠାରୁ ଦ୍ରୁତତମ ଧାବକ ଉସେନ​‌ ବୋଲ୍ଟଙ୍କ ସହିତ ଶ୍ରୀନିବାସଙ୍କ ତୁଳନା କରାଯାଇଥିଲା। ଦୌଡ଼ରେ ସେ ଉସେନ ବୋଲ୍ଟଙ୍କୁ ପଛରେ ପକାଇ ଦେଇଥିବା ଚର୍ଚ୍ଚା ଜୋର ଧରିଥିଲା। କାରଣ ୧୦୦ ମିଟର ଦୌଡ଼ ପାଇଁ ବୋଲ୍ଟ ସର୍ବନିମ୍ନ ୯.୫୮ ସେକେଣ୍ଡ ସମୟ ନେଉଥିବାବେଳେ ଶ୍ରୀନିବାସଙ୍କ ସମୟ ଥିଲା ୯.୫୫ ସେକେଣ୍ଡ। ସୋସିଆଲ ମିଡିଆରେ ଶ୍ରୀନିବାସଙ୍କ ଭିଡିଓ ଭାଇରାଲ ହେବା ପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ତାଙ୍କ ବେଗ ପରୀକ୍ଷଣ ପାଇଁ ଡକାଯିବ ବୋଲି କହିଥିଲେ। ସେହି ଅନୁସାରେ ଶ୍ରୀନିବାସଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ସେ ମନା କରିଦେଇଛନ୍ତି। ତାଙ୍କ ନିଜ ଖେଳ ତାଙ୍କର ପାରମ୍ପରିକ କ୍ରୀଡ଼ା ପସନ୍ଦ। ସେ କେବଳ କମ୍ବାଲା ରେସ୍‌ରେ ଅଂଶଗ୍ରହଣ କରିବେ ବୋଲି କହିଛନ୍ତି।
ଗଣମାଧ୍ୟମକୁ ସେ କହିଛନ୍ତି, ଅଲିମ୍ପିକ୍ସ ଏବଂ କମ୍ବାଲା ରେସ୍‌ ଦୁଇଟି ଭିନ୍ନ କ୍ରୀଡ଼ା। ଟ୍ରାକରେ ଦୌଡ଼ିବାକୁ ଅଙ୍ଗୁଳିର ସହାୟତା ନିଆଯାଉଥିବାବେଳେ କମ୍ବାଲା ରେସ୍‌ରେ ପାଦର ଗଣ୍ଠିକୁ ବ୍ୟବହାର କରାଯାଇଥାଏ। ଏପରି କି କମ୍ବାଲାରେ ମଇଁଷିଙ୍କ ଭୂମିକା ବି ଗୁରୁତ୍ଵପୂର୍ଣ୍ଣ ଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories