www.samajalive.in
Sunday, December 7, 2025
18.1 C
Bhubaneswar

ଆଜି ରାତି ସୁଦ୍ଧା ଘରକୁ ଫେରିବେ ଆଇଟିବିପି ଶିବିରରେ ଥିବା ୨୦୦ ଉହାନ ଫେରନ୍ତା ଭାରତୀୟ

ନୂଆଦିଲ୍ଳୀ : ଚୀନର ଉହାନରୁ ଫେରି ନୂଆଦିଲ୍ଳୀର ଚାୱାଲାରେ ଭାରତ-ତିବ୍ବତ ସୀମା ପୁଲିସ ଶିବିରରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ରହିଥିବା ୪୦୬ଜଣଙ୍କ ଠାରେ କରୋନା ସଂକ୍ରମଣ ନଥିବା ନେଇ ସର୍ବଶେଷ ପରୀକ୍ଷା ରିପୋର୍ଟରୁ ଜଣାପଡିଛି। ଏହି ସବୁ ଲୋକମାନେ ଚୀନ, ଉହାନରୁ ଫେରିବା ପରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନୀରିକ୍ଷଣରେ ରଖାଯାଇଥିଲା। ଏମାନଙ୍କ ମଧ୍ୟରେ ଥିବା ସାତଜଣ ମାଲଦ୍ୱୀପ ନାଗରିକ ଚଳିତମାସ ପହିଲା ଏବଂ ଦୁଇ ତାରିଖରେ ଆଇଟିବିପି କେନ୍ଦ୍ରରେ ରହିଥିଲେ। ଏମାନଙ୍କ ମଧ୍ୟରେ ସାତଜଣ ପିଲା ଥିବାବେଳେ ଜଣେ ଶିଶୁ ମଧ୍ୟ ରହିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ ଆଧାରରେ ସମସ୍ତ ନୀତିନିୟମ ଅନୁଯାୟୀ ଆଇଟିବିପି କେନ୍ଦ୍ରରୁ ସୋମବାର ଏମାନଙ୍କୁ ଛାଡି ଦିଆଯିବ। ସାତଜଣ ମାଲଦ୍ୱୀପ ନାଗରିକଙ୍କ ସମେତ ପ୍ରାୟ ୨୦୦ ଲୋକ ଆଜି ରାତି ସୁଦ୍ଧା ନିଜ ନିଜ ଘରକୁ ଫେରିଯିବେ। ମଙ୍ଗଳବାର ସୁଦ୍ଧା ପ୍ରାୟ ସମସ୍ତେ ଏହି ଶିବିରରୁ ନିଜ ଘରକୁ ଫେରିଯିବେ। ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ଅପରାହ୍ନରେ ଆଇଟିବିପି ଶିବିର ପରିଦର୍ଶନ କରି ଚିକିତ୍ସକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଛନ୍ତି। ଶିବିରରେ ଥିବା ୨୦୪ ଜଣ ପୁରୁଷ ଏବଂ ୧୯୨ ଜଣ ମହିଳାଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ନିଜ ନିଜ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି।

- Advertisement -

 

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories