www.samajalive.in
Monday, December 15, 2025
14.1 C
Bhubaneswar

କଂଗ୍ରେସରେ ଯୋଗ ଦେବେ ଶ୍ରୀମୟୀ !

ଭୁବନେଶ୍ବର: ବିଜେଡି ନେତୃତ୍ବକୁ ପରୋକ୍ଷରେ ଟାର୍ଗେଟ୍‌ କରି ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଥିବା ନେତ୍ରୀ ଶ୍ରୀମୟୀ ମିଶ୍ର ଖୁବ୍‌ଶୀଘ୍ର
କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏନେଇ ଶ୍ରୀମୟୀ କିଛି ସ୍ପଷ୍ଟ କରୁ ନ ଥିବାବେଳେ କଂଗ୍ରେସ ଦ୍ବାର ସମସ୍ତଙ୍କ ପାଇଁ ଖୋଲାଥିବା ଦଳର ନେତାମାନେ କହିଛନ୍ତି।
କିଛିଦିନ ହେଲା ଦଳୀୟ ନେତୃତ୍ବ ବିରୋଧରେ ଶ୍ରୀମୟୀଙ୍କ ଟାର୍ଗେଟ୍‌ ବିଜେଡି ରାଜନୀତିକୁ ହଲଚଲ କରିଛି।  କାହା ନାଁ ଉଲ୍ଲେଖ ନ କରି କେତେବେଳେ ସେ ମହାଭାରତର ‘ଧୃତରାଷ୍ଟ୍ର ଓ ଦୁ​‌ର୍ଯେ୍ୟାଧନ’ କଥା କହୁଛନ୍ତି ତ ଆଉ କେତେବେଳେ ‘ଆଶ୍ରମ’ ୱେବ୍‌ସିରିଜ୍‌ର ଭଣ୍ଡ ସନ୍ନ୍ୟାସୀ ବିଷୟରେ ବ୍ୟାଖ୍ୟା କରୁଛନ୍ତି। ପରୋକ୍ଷରେ ଶ୍ରୀମୟୀ ବିଜେଡି ସଭାପତି ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କୁ ନିଶାଣ କରୁଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା- ଶ୍ରୀମୟୀଙ୍କ ସାମାଜିକ ଗଣମାଧ୍ୟମ ପୋଷ୍ଟକୁ ନେଇ ଗଣମାଧ୍ୟମରେ ହେଉଥିବା ବିଭିନ୍ନ ଆଲୋଚନାକୁ ସେ ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି କିମ୍ବା ଆପତ୍ତି ଉଠାଇ ନାହାନ୍ତି। ଏହାର ଅର୍ଥ ଗଣମାଧ୍ୟମରେ ଚାଲିଥିବା ଚର୍ଚ୍ଚାରେ ସତ୍ୟତା ରହିଥିବା ବୁଝି ନେବାକୁ ହେବ। ୨୦୨୪ ସାଧାରଣ ନିର୍ବାଚନରେ ଦଳୀୟ ଟିକଟରୁ ବଞ୍ଚିତ ହେବା ପରେ ଶ୍ରୀମୟୀ ସାଂଗଠନିକ କାର୍ଯ୍ୟରୁ ଦୂରେଇ ରହିଛନ୍ତି। ଶ୍ରୀମୟୀ ଏବେ ବିଜେଡିର ମୁଖପାତ୍ର, ସାଧାରଣ ସମ୍ପାଦକ ସହ ମହିଳା ବ୍ୟାପାରର ସାଧାରଣ ସମ୍ପାଦକ ଅଛନ୍ତି। କିନ୍ତୁ ତାଙ୍କୁ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ଟିକଟ ନ ମିଳିବା ପରଠାରୁ ସେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦୀର୍ଘଦିନ ନିରବ ରହିବା ପରେ କିଛିଦିନ ହେଲା ସାମାଜିକ ଗଣମାଧ୍ୟମରେ ତାଙ୍କର ବିଭିନ୍ନ ଉପାଖ୍ୟାନ ଦେଖିବାକୁ ମିଳୁଛି। ସେ ବିଜେଡି ଛାଡ଼ି ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚାରେ ସତ୍ୟତା କେତେ ତାହା ଆଗକୁ ସ୍ପଷ୍ଟ ହେବ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଶ୍ରୀମୟୀ ଯଦି କଂଗ୍ରେସ ଆସିବାକୁ ଇଚ୍ଛା କରିବେ ପିସିସି ସଭାପତି ଏହା ଉପ‌େ‌ର ନିଷ୍ପତ୍ତି ନେବେ। ସେ ଜଣେ ଭଲ ନେତ୍ରୀ। କଂଗ୍ରେସ ଦଳକୁ ଆସିଲେ କିଛି ଅସୁବିଧା ହେବନି। ତାଙ୍କୁ ଦଳ ସ୍ବାଗତ କରିବା  ଏ ସମ୍ପର୍କରେ ଶ୍ରୀମୟୀଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories