www.samajalive.in
Saturday, December 13, 2025
27.1 C
Bhubaneswar

ଶ୍ରୀମନ୍ଦିର ପରିକ୍ରମା ମାର୍ଗ – ବାସ୍ତୁଶାସ୍ତ୍ର ଅନୁଯାୟୀ ନିର୍ମାଣ ହୋଇଛି ଯଜ୍ଞ ମଣ୍ଡପ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପାଇଁ ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତରପୂର୍ବ ଐଶାନ୍ୟ କୋଣରେ ତିନିଦିନ ଧରି ହୋମଯଜ୍ଞ ଅନୁଷ୍ଠିତ ହେବ। ବାସ୍ତୁଶାସ୍ତ୍ର ଅନୁଯାୟୀ ଶନିବାର ଏଥିପାଇଁ ଯଜ୍ଞ ମଣ୍ଡପ ଏବଂ ଯଜ୍ଞ କୁଣ୍ଡ ନିର୍ମାଣ କରାଯାଇଛି। ଯଜ୍ଞ ମଣ୍ଡପର ଲମ୍ବ ଓ ପ୍ରସ୍ଥ ୨୪ଫୁଟ ୩ ଇଞ୍ଚ ଲେଖାଏଁ ରହିଛି। ମଣ୍ଡପର ଉଚ୍ଚତା ୨ଫୁଟ ୬ଇଞ୍ଚ କରାଯାଇଛି। ସେହିପରି ଯଜ୍ଞକୁଣ୍ଡର ଲମ୍ବ ଓ ପ୍ରସ୍ଥ ୮ଫୁଟ ୧ ଇଞ୍ଚ ଲେଖାଏଁ କରାଯାଇଥିବା ବେଳେ ଉଚ୍ଚତା ଅଢ଼େଇ ଫୁଟ ରଖାଯାଇଛି। ବାସ୍ତୁ ଗଣନା ଅନୁଯାୟୀ ଯଜ୍ଞ ମଣ୍ଡପ ଏବଂ ଯଜ୍ଞ କୁଣ୍ଡରେ ୯ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇଛି। ରବିବାରଠାରୁ ଯଜ୍ଞ ମଣ୍ଡପରେ ମାଟି ଭର୍ତ୍ତି କରାଯିବ। ମଣ୍ଡପ ଉପରେ କାଠ, ବାଉଁଶ ଓ ଚାଳ ଛପର କରାଯିବ। ମୁକ୍ତିମଣ୍ଡପ ପଣ୍ଡିତ, ଦେଉଳ ପୁରୋହିତ ଏବଂ ବାସ୍ତୁବିତ୍‍ ସେଠାରେ ଉପସ୍ଥିତ ରହି ଯଜ୍ଞ ମଣ୍ଡପ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରୁଛନ୍ତି। ୧୨ ତାରିଖରେ ଯଜ୍ଞ ପାଇଁ ସୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ଅଙ୍କୁରା ରୋପଣ କରାଯିବ। ଗଜପତି ମହାରାଜ ଦିବ୍ୟସିଂହ ଦେବ ସେଦିନ ବ୍ରାହ୍ମଣ ବରଣ କରିବେ। ଗଜପତି ମହାରାଜ ଶ୍ରୀମନ୍ଦିର ପରିଚାଳନା କମିଟିର ସ୍ଥାୟୀ ସଭାପତି ହୋଇଥିବାରୁ ତାଙ୍କ ରାଶି ଓ ନକ୍ଷତ୍ର ଅନୁଯାୟୀ ଯଜ୍ଞ କରାଯିବ। ତିନିଦିନ ଧରି ହେବାକୁ ଥିବା ଯଜ୍ଞରେ ସେ କର୍ତ୍ତାଭାବେ କାର୍ଯ୍ୟ ନିର୍ବାହ କରିବେ। ୧୭ରେ ଗଜପତି ମହାରାଜ ଯଜ୍ଞରେ ପୂର୍ଣ୍ଣାହୂତି ପ୍ରଦାନ କରିବେ।

୧୨. ୦୧.୨୦୨୪ (ଶୁକ୍ରବାର): ଅପରାହ୍ଣ ୨ଟା ୪୫ରୁ ୪ଟା – ଗଜପତିଙ୍କ ଦ୍ୱାରା ବ୍ରାହ୍ମଣ ବରଣ
ସଂଧ୍ୟା ସାଢ଼େ ୬ଟାରୁ ୮ଟା ୩୦ – ଯଜ୍ଞ ପାଇଁ ଅଙ୍କୁରାରୋପଣ
ତା ୧୩ . ୦୧. ୨୦୨୪, ଶନିବାର: ସଂଧ୍ୟା ୬ଟାରେ ଅଙ୍କୁର ପୂଜନ
୧୪ . ୦୧. ୨୦୨୪ (ରବିବାର): ସଂଧ୍ୟା ୫ଟାରେ ମଣ୍ଡଳ ସ୍ଥାପନ, ଅଙ୍କୁର ପୂଜନ
୧୫ . ୦୧. ୨୦୨୪ (ସୋମବାର): ସକାଳ ୭ଟା ୩୦ରେ ଅଖଣ୍ଡ ଦୀପ ସ୍ଥାପନ, ପଞ୍ଚକର୍ମ, ବ୍ରାହ୍ମଣ ବରଣ, ମଣ୍ଡଳ ପୂଜନ
୧୬. ୦୧.୨୦୨୪ (ମଙ୍ଗଳବାର): ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ଶାଲା ପ୍ରବେଶ, ପଞ୍ଚକର୍ମ, ମଣ୍ଡଳ ପୂଜା, ହବନ, ଆରତି, ପୁଷ୍ପାଞ୍ଜଳି
୧୭. ୦୧. ୨୦୨୪ (ବୁଧବାର): ସକାଳ ୭ଟା ୩୦ରେ ସୂର୍ଯ୍ୟପୂଜା, ଧରିତ୍ରୀ ପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁ ଶୋଧନ, ଅଧିବାସ, ଫଳକ ପୂଜା
ଅପରାହ୍ଣ ୧ଟା ୩୦ରୁ ୨ଟା ୨୫ ; ଯଜ୍ଞରେ ପୂର୍ଣ୍ଣାହୁତି, ଆରତି, ପୁଷ୍ପାଞ୍ଜଳି, ପରିକ୍ରମା ମାର୍ଗ ଲୋକାର୍ପଣ

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories