www.samajalive.in
Thursday, December 11, 2025
18.1 C
Bhubaneswar

ବିଶ୍ୱକୁ ନୂଆ ବାର୍ତ୍ତା ଦେବ ପରିକ୍ରମା ମାର୍ଗ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରର ଶ୍ରୀବୃଦ୍ଧି କରିବ ପରିକ୍ରମା ମାର୍ଗ। ସମଗ୍ର ବିଶ୍ବ ଦେଖିବ ଉତ୍କଳର ବିରଳ ସୁକ୍ଷ୍ମ କାରୁକାର୍ଯ୍ୟ। ଶ୍ରୀଜଗନ୍ନାଥ ଧାମ ପୁରୀର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇବ। ଏଣିକି ଅବାଧରେ ମନ୍ଦିର ବେଢ଼ା ବୁଲିପାରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା। ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା କରିବାର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ସେମାନଙ୍କୁ ମିଳିବ ଅସ୍ଥାୟୀ ବିଶ୍ରାମାଗାର, ଶୌଚାଳୟ, ପାନୀୟ ଜଳ ଏବଂ ଜିନିଷ ରଖିବା ସୁବିଧା। ଅବରୋଧମୁକ୍ତ ମେଘନାଦ ପ୍ରାଚିର ଦେଖିବାର ଅପୂର୍ବ ସୁଯୋଗ ପାଇବେ ଅଗଣିତ ଜଗନ୍ନାଥ ପ୍ରେମୀ। ନୂଆରୂପ ପାଇବ ପରିକ୍ରମା ମାର୍ଗ ଭିତରେ ରହିଥିବା ୧୮ଟି ପ୍ରାଚୀନ ମଠ। ଐତିହ୍ୟ କରିଡ଼ର ଭିତରୁ ମିଳିବ ଶ୍ରୀ ମନ୍ଦିର ନୀଳଚକ୍ର ଦର୍ଶନ ସମେତ ଧ୍ବଜା ବାନ୍ଧିବା ଦୃଶ୍ୟ। ଭାବ ଆଉ ଭକ୍ତିରେ ଉଚ୍ଛୁଳି ଉଠିବ ଶ୍ରୀକ୍ଷେତ୍ର। ଶ୍ରୀ ଜଗନ୍ନାଥ ମହିମା, ଶ୍ରୀଜଗନ୍ନାଥ ଚେତନା ଓ ଶ୍ରୀଜଗନ୍ନାଥ ସଂସ୍କୃତିର ବ୍ୟାପକ ପ୍ରଚାର ପ୍ରସାର ହୋଇପାରିବ। ଦିବ୍ୟ ଅନୁଭୂତି ଏବଂ ପରମ ସନ୍ତୋଷ ନେଇ ଫେରିବେ ଦର୍ଶନାର୍ଥୀ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଲୀଳାକ୍ଷେତ୍ରର ବିଶ୍ବ ଐତିହ୍ୟ ସମଗ୍ର ବିଶ୍ବବାସୀଙ୍କୁ ନୂଆ ବାର୍ତ୍ତା ଦେବ। ସମସ୍ତଙ୍କ ଅପେକ୍ଷା ଆସନ୍ତା ୧୭ ତାରିଖ‌ରେ ହେବାକୁ ଥିବା ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ। ଯେଉଁଦିନ ଐତିହ୍ୟ ସହର ପୁରୀ ଆଉ ଏକ ନୂଆ ଇତିହାସ ସୃଷ୍ଟି କରିବ।

ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବ ପାଇଁ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି। ଲକ୍ଷାଧିକ ଲୋକ ମହାପ୍ରଭୁଙ୍କ ଏହି ମହାନ କାର୍ଯ୍ୟକ୍ରମରେ ସାମିଲ ହେବେ। ପରିକ୍ରମା ମାର୍ଗ ଲୋକାର୍ପଣ ତିଥି ଯେତିକି ପାଖଉଛି ଭକ୍ତଙ୍କ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଏବଂ ବହୁଚର୍ଚ୍ଚିତ ପରିକ୍ରମା ମାର୍ଗର ଲୋକାର୍ପଣ କରିବେ। ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହେବ ପୁରୁଷୋତ୍ତମ କ୍ଷେତ୍ର। ପୁରୀରେ ସେଦିନ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ମହାପ୍ରଭୁଙ୍କ ଏହି ମହା ମହୋତ୍ସବରେ ଯୋଗଦେବାକୁ ଦେଶ ବିଦେଶର ବହୁ ପ୍ରମୁଖ ଦେବଦେବୀ, ଦ୍ବାଦଶ ଜ୍ୟୋତିର୍ଲିଙ୍ଗ, ଚାରିଧାମ ଶଙ୍କରାଚାର୍ଯ୍ୟ, ଶତାଧିକ ସାଧୁସନ୍ଥ, ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି। ଓଡ଼ିଶାର ସବୁ ପଞ୍ଚାୟତରୁ ପ୍ରତିନିଧିମାନେ ଯୋଗ ଦେବେ। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ ରଥ ପରିକ୍ରମା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୧୧ ତାରିଖ ସୁଦ୍ଧା ଶେଷକରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର ପାଇଁ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦେଶ ଦେଇଛନ୍ତି। କେବଳ ପରିକ୍ରମା ମାର୍ଗ ନୁହେଁ, ଶ୍ରୀ ସେତୁ ଏବଂ ଶ୍ରୀ ଦାଣ୍ଡ ମଧ୍ୟ ୧୭ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ ସହରରେ ପରିଣତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଖୁବ୍‌ଶୀଘ୍ର ସଫଳ ହେବାକୁ ଯାଉଛି। ରାଜ୍ୟ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଘନ ଘନ ପୁରୀ ଗସ୍ତରେ ଆସି ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରୁଛନ୍ତି। ପ୍ରାୟ ଦୁଇ ଲକ୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଜୋରଦାର ପ୍ରଶାସନିକ ପ୍ରସ୍ତୁତି। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀ ମନ୍ଦିର ପ୍ରଶାସନ ଉଦ୍ୟମ ଚଳାଇଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories