www.samajalive.in
Saturday, December 6, 2025
26.1 C
Bhubaneswar

ଆଜି ପାକିସ୍ତାନ-ଶ୍ରୀଲଙ୍କା ‘କର ବା ମର’ ମୁକାବିଲା

ଆବୁଧାବି: ଚଳିତ ଏସିଆ କପ୍‌ରେ ମଙ୍ଗଳବାର ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ସୁପର-୪ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଉଭୟ ଦଳଙ୍କ ପାଇଁ ନକ୍‌ଆଉଟ୍‌ ପରି। ଏହି ମ୍ୟାଚ୍‌ ଯେଉଁ ଦଳ ହାରିବ; ତା’ର ଫାଇନାଲ ଖେଳିବା ଆଶା ମଉଳି ଯିବ। ଉଭୟ ପାକିସ୍ତାନ ଓ ଶ୍ରୀଲଙ୍କା ସେମାନଙ୍କ ପ୍ରଥମ ସୁପର-୪ ମ୍ୟାଚ୍‌ରେ ପରାସ୍ତ ହୋଇଛନ୍ତି। ଶ୍ରୀଲଙ୍କାକୁ ବାଂଲାଦେଶ ପରାସ୍ତ କରିଥିବା ବେଳେ ପାକିସ୍ତାନକୁ ଭାରତ ପରାସ୍ତ କରିଛି। ତେଣୁ ଏହି ମ୍ୟାଚ୍‌ ଜିତି ଫାଇନାଲ ଖେଳିବା ଦୌଡ଼ରେ ରହିବା ପାଇଁ ଉଭୟ ଦଳ ପ୍ରୟାସ କରିବେ। ପାକିସ୍ତାନ ବିପକ୍ଷରେ ଗତ ୫ଟିଯାକ ଟ୍ବେଣ୍ଟି୨୦ ମ୍ୟାଚ୍‌ ଶ୍ରୀଲଙ୍କା ଜିତିଛି। ତେବେ ଟ୍ବେଣ୍ଟି୨୦ ରେକର୍ଡ ପାକିସ୍ତାନ ସପକ୍ଷରେ ୧୩-୧୦ ରହିଛି। ଶେଷଥର ଏସିଆ କପ୍ ଟ୍ବେଣ୍ଟି୨୦ ଫର୍ମାଟରେ ଖେଳା ଯାଇଥିବା ବେଳେ ଶ୍ରୀଲଙ୍କା ଚମ୍ପିଆନ୍‌ ହୋଇଥିଲା। ପାକିସ୍ତାନ ୨ ଥର ଏସିଆ କପ୍‌ ଜିତିଥିବା ବେଳେ ଶ୍ରୀଲଙ୍କା ୬ ଥର ଏହାକୁ ଜିତିଛି।

ଖରାପ ପ୍ରଦର୍ଶନ ସହ ପଡ଼ିଅା ବାହାରର ପ୍ରସଙ୍ଗକୁ ନେଇ ପାକିସ୍ତାନ ଦଳ ଚାପରେ। ଭାରତଠାରୁ ଉଭୟ ମ୍ୟାଚ୍‌ ଏକତରଫା ଭାବେ ହାରିବା ପରେ ପାକିସ୍ତାନର ଖେଳାଳିଙ୍କୁ ସମାଲୋଚନା କରାଯାଉଛି। ବାବର ଆଜମ୍‌ ଓ ମହମ୍ମଦ ରିଜ୍‌ୱାନଙ୍କ ଅନୁପସ୍ଥିତି ଯୋଗୁଁ ପାକିସ୍ତାନର ବ୍ୟାଟିଂ ଲାଇନ୍‌ରେ ସ୍ଥିରତା ଓ ଦୃଢ଼ତା ନାହିଁ। ଲମ୍ବା ଇନିଂସ ଖେଳିବା ଓ ଦ୍ରୁତଗତିରେ ସ୍କୋର୍‌ କରିବାରେ ପାକିସ୍ତାନ ବ୍ୟାଟ୍‌ସମ୍ୟାନ ବିଫଳ ହୋଇଛନ୍ତି। ଅଭିଜ୍ଞ ଫଖର ଜମାନ୍ ଭଲ ବ୍ୟାଟିଂ କରୁଥିବା ବେଳେ ବେଶି ସମୟ କ୍ରିଜ୍‌ରେ ରହି ପାରୁନାହାନ୍ତି। ସୈମ୍ ଆୟୁବ କ୍ରମାଗତ ୩ଟି ମ୍ୟାଚ୍‌ରେ ଶୂନରେ ଆଉଟ୍‌ ହେବା ପରେ ଭାରତ ବିପକ୍ଷ ସୁପର-୪ ମ୍ୟାଚ୍‌ରେ କିଛି ରନ୍‌ କରିଛନ୍ତି। ସାହେବଜାଦା ଫର୍‌ହାନ ଦଳ ପାଇଁ ସର୍ବାଧିକ ରନ୍‌ କରିଛନ୍ତି। ମହମ୍ମଦ ହାରିସ୍ ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିଥିଲେ ହେଁ ପରେ ଆଉ ରନ୍‌ କରିନାହାନ୍ତି। ଅଧିନାୟକ ସଲ୍‌ମାନ ଆଗା ମଧ୍ୟ ରନ୍‌ କରୁନାହାନ୍ତି। ପାକିସ୍ତାନର ବ୍ୟାଟିଂରେ କିଛି ସୁଚିନ୍ତିତ ଯୋଜନା ଥିବା ପରି ମନେ ହେଉନାହିଁ।

- Advertisement -

ବୋଲିଂରେ ପାକିସ୍ତାନର ସାହିନ୍ ଶାହା ଆଫ୍ରଦି ସେପରି ସଫଳ ହୋଇନାହାନ୍ତି। ହାରିସ୍ ରୌଫ୍‌ ମଧ୍ୟ ଅଧିକ ରନ୍‌ ଦେଉଛନ୍ତି। ଲେଗ୍‌ସ୍ପିନର ଅବ୍ରାର ଅହମ୍ମଦ ୟୁଏଇ ଓ ଓମାନ୍ ପରି ଦୁର୍ବଳ ଦଳଙ୍କ ବିପକ୍ଷରେ ଭଲ ବୋଲିଂ କରିଥିଲେ ହେଁ ଭାରତ ବିପକ୍ଷ ଉଭୟ ମ୍ୟାଚ୍‌ରେ ଅତ୍ୟଧିକ ରନ୍‌ ଦେଇଛନ୍ତି। ବାମହାତି ସ୍ପିନର ମହମ୍ମଦ ନୱାଜ୍‌ଙ୍କ ପ୍ରଦର୍ଶନ ମଧ୍ୟ ସେହିପରି। ଶ୍ରୀଲଙ୍କାର ଉପର ଅର୍ଡର ବ୍ୟାଟିଂ ଭଲ ଅଛି। ଦୁଇ ଓପ୍‌ନର କୁଶଳ ମେଣ୍ଡିସ୍‌ ଓ ପାଥମ୍ ନିଶଙ୍କ ଭଲ ବ୍ୟାଟିଂ କରୁଛନ୍ତି। ହେ​‌େ​‌ଲ ମଧ୍ୟକ୍ରମ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି। ବାଂଲାଦେଶ ବିପକ୍ଷରେ ଶ୍ରୀଲଙ୍କାର ବ୍ୟାଟିଂ ବିଫଳ ହୋଇଥିବା ବେଳେ ଦାସୁନ୍ ଶନକ ବିସ୍ଫୋରକ ଅର୍ଦ୍ଧଶତକ ମାରି ଦଳକୁ ଭଲ ସ୍କୋର୍‌ରେ ପହଞ୍ଚାଇଥିଲେ। ତେଣୁ ସଫଳ ହେବା ପାଇଁ ଶ୍ରୀଲଙ୍କାର ମଧ୍ୟକ୍ରମରେ କୁଶଳ ପରେରା, ଅଧିନାୟକ ଚରିତ ଆସାଲାଙ୍କା ଓ କାମିନ୍ଦୁ ମେଣ୍ଡିସ୍‌ଙ୍କୁ ରନ୍‌ କରିବାକୁ ପଡ଼ିବ। ଶ୍ରୀଲଙ୍କାର ବୋଲର ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ସୁପର-୪ ମ୍ୟାଚ୍‌ରେ ବାଂଲାଦେଶ ଏହାର ଦୁର୍ବଳତାକୁ ପଦାରେ ପକାଇ ପାରିଥିଲା। ତଥାପି ଏହି ମ୍ୟାଚ୍‌ ଜିତିବାକୁ ଶ୍ରୀଲଙ୍କା ଫେଭରିଟ୍‌ ମନେହେଉଛି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories