BJD Bijuli 480×75 Mob

ଶ୍ରୀଲଙ୍କାରେ ମେ’୭ରେ ମଇ ଦିବସ

BJD Bijuli 480×75 Mob
0

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ମେ’୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ହେଉଥିବା ବେଳେ ଶ୍ରୀଲଙ୍କା ମେ’୭ରେ ଏହି ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ମେ’୧ରୁ ଏକ ସପ୍ତାହ ବ୍ୟାପୀ ବୁଦ୍ଧ ଜୟନ୍ତୀ ପାଳନ କରାଯାଉଥିବାରୁ ଶ୍ରମିକ ଦିବସ ପାଳନକୁ ମେ’ ୭ ପର୍ଯ୍ୟନ୍ତ ସ୍ଥଗିତ ରଖିବା ନିମନ୍ତେ ଶ୍ରୀଲଙ୍କା କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏ ସମ୍ବନ୍ଧରେ ରାଷ୍ଟ୍ରପତି ମୈଥ୍ରିପାଲ ସିରିସେନାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କୁହାଯାଇଛି, ବୌଦ୍ଧ ଧର୍ମାବଲମ୍ବୀଙ୍କ ‘ମହା ସଂଘ’ ପକ୍ଷରୁ ଶ୍ରମିକ ଦିବସ ପାଳନ ସ୍ଥଗିତ ରଖିବା ଲାଗି ସରକାରଙ୍କୁ ଅନୁରୋଧ କରାଯାଇଥିଲା।

Leave A Reply