www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡିତ କିଛି ରୋଚକ ତଥ୍ୟ

ଶ୍ରୀକୃଷ୍ଣଙ୍କର ଜନ୍ମାଷ୍ଟମୀ ସେପ୍ଟେମ୍ବର ୨ତାରିଖରେ ପାଳନ ହେବାକୁ ଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ତାଙ୍କ ମାମୁଁ କଂସଙ୍କ ଘରେ ହୋଇଥିଲା। ପିତା ବସୁଦେବ ତାଙ୍କୁ ଅଧ ରାତ୍ରିରେ ଯମୁନା ନଦୀ ପାର କରାଇ ବୃନ୍ଦାବନରେ ଯମୁନା ଓ ନନ୍ଦ ମହାରାଜାଙ୍କ ଘରେ ଛାଡିଥିଲେ। ସେଠାରେ ସେ ଅତ୍ୟନ୍ତ ସ୍ନେହ ଓ ଆଦରରେ ବଢିଥିଲେ।
କଂସର ବଧ ଶ୍ରୀକୃଷ୍ଣ କରିବେ ବୋଲି ଜାଣି ସେ ତାଙ୍କୁ ମାରିବା ପାଇଁ ଅନେକ ପ୍ରୟାସ କରିଥିଲେ। ଶ୍ରୀକୃଷ୍ଣ ଛୋଟ ବେଳୁ ନିଜ ଭକ୍ତଙ୍କୁ ଅନେକ ଶକ୍ତିର ପରିଦର୍ଶନ କରାଇଥିଲେ। ଯେପରି କାଳୀଅ ଦଳନ, ଇନ୍ଦ୍ରଙ୍କୁ ବିରୋଧ କରି ଗୋବର୍ଦ୍ଦନ ପର୍ବତକୁ ଆଙ୍ଗଠିରେ ଉଠାଇଥିଲେ। ଗୋପିଙ୍କ ଠାରୁ ଲହୁଣୀ ଚୋରି କରି ଖାଇବା ଓ ଗାଈ ଚରାଇବା ଭଳି ଦୁଷ୍ଟାମୀ ମଧ୍ୟ କରୁଥିଲେ।
ଶ୍ରୀକୃଷ୍ଣ ଦ୍ୱାରିକାଧୀଶ ହୋଇଥିଲେ ମଧ୍ୟ ପିଲା ଦିନର ମିତ୍ର ସୁଦାମାଙ୍କୁ ଭୁଲି ନଥିଲେ। ଦ୍ରୋପଦୀଙ୍କୁ ନିବସ୍ତ୍ର ହେବାରୁ ବଞ୍ଚାଇଥିଲେ। ପାଣ୍ଡବମାନଙ୍କ ସହ ରହି ସେମାନଙ୍କୁ ଧର୍ମର ମାର୍ଗ ଦର୍ଶନ କରାଇଥିଲେ। ଅର୍ଜୁନଙ୍କୁ କୁରୁକ୍ଷେତ୍ରରେ ଗୀତାର ଉପଦେଶ ଦେଇଥିଲେ। ଦ୍ୱାରିକାପୁରୀର ସ୍ଥାପନ କରିଥିଲେ।
ଶ୍ରୀକୃଷ୍ଣଙ୍କ ଜୀବନ ସହ ଜଡିତ କିଛି ତଥ୍ୟ :
ଭଗବାନ ଶ୍ରୀକୃଷ୍ଣଙ୍କ ସର୍ବମୋଟ ୧୦୮ଟି ନାମ ଅଛି। ଏହି ନାମ ଗୁଡିକ ମଧ୍ୟରୁ ଗୋବିନ୍ଦ, ଗୋପାଳ, ଘନଶ୍ୟାମ, ବାଙ୍କ ବିହାରୀ, ଚକ୍ରଧର ଓ କହ୍ନେଆ ପ୍ରଭୂତି ନାମ ପ୍ରମୁଖ ଅଟେ।
ନିଜ ଗୁରୁ ସନ୍ଦୀପନିଙ୍କୁ ଗୁରୁ ଦକ୍ଷିଣାସ୍ୱରୂପ ତାଙ୍କ ମୃତ ପୁଅକୁ ଜୀବନ ଦାନ ଦେଇଥିଲେ।
ଶ୍ରୀକୃଷ୍ଣଙ୍କର ମୋଟ ୧୬,୧୦୮ ଥିଲେ। ସେଥିମଧ୍ୟରୁ ୮ଜଣ ପାଟରାଣୀ ରହିଥିଲେ।
ଶ୍ରୀକୃଷ୍ଣ ମାତା ଦେବକୀଙ୍କର ଅଷ୍ଟମ ସନ୍ତାନ ଥିଲେ। ବଳରାମ ସପ୍ତମ ସନ୍ତାନ ଥିଲେ। ଶ୍ରୀକୃଷ୍ଣ ଅନ୍ୟ ୬ଜଣ ସନ୍ତାନଙ୍କ ସହ ମଧ୍ୟ ମାତା ଦେବକୀଙ୍କର ସାକ୍ଷାତ କରାଇଥିଲେ।
ଶ୍ରୀକୃଷ୍ଣଙ୍କ ଠାରୁ ସର୍ବପ୍ରଥମେ ଗୀତା ଅର୍ଜୁନ ନୁହେଁ ବରଂ ହନୁମାନ ଓ ସଞ୍ଜୟ ଶୁଣିଥିଲେ।
ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ଯୁଦ୍ଧ ସମୟରେ ଅର୍ଜୁନଙ୍କ ରଥର ଉପର ଭାଗରେ ରହିଥିଲେ।
କୁହାଯାଇଛି ଯେ, ଶ୍ରୀକୃଷ୍ଣଙ୍କ ମାନବ ଅବତାରର ଶେଷ ଜଣେ ଶିକାରୀର ତୀରରେ ହୋଇଥିଲା।

 

- Advertisement -

ସୌଜନ୍ୟ: ଆଜ୍ ତକ୍

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories