www.samajalive.in
Monday, December 15, 2025
16.1 C
Bhubaneswar

ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ

ପୁରୀ: ଗୁରୁବାର ସ୍ନାନପୂର୍ଣ୍ଣିମା ପରେ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ପଟ୍ଟିଦିଅଁ ପୂଜା ଆରମ୍ଭ ହୋଇଛି। ଜ୍ୟେଷ୍ଠ ପୂର୍ଣ୍ଣିମାରେ ରତ୍ନବେଦୀରୁ ସ୍ନାନବେଦୀକୁ ଆସି ଶ୍ରୀଜୀଉମାନେ ୧୦୮ କଳସ ଜଳରେ ସ୍ନାନ କରିଥିଲେ। ଏଥିଯୋଗୁଁ ଶ୍ରୀଜୀଉମାନଙ୍କୁ ଆଜିଠାରୁ ଜ୍ୱର ହୋଇଛି। ତେଣୁ ସେମାନଙ୍କୁ ଅଣସର ଘରେ ରଖାଯାଇ ବୈଦ୍ୟଙ୍କ ପରାମର୍ଶକ୍ରମେ ମହୌଷଧି ସହିତ ଉପଚାର କରାଯାଉଛି। ଏହି ସମୟରେ ଭକ୍ତମାନଙ୍କୁ ମହାପ୍ରଭୁଙ୍କ ଦର୍ଶନର ସାନ୍ନିଧ୍ୟ ଲାଭ କରାଇବା ପାଇଁ ଆଷାଢ଼ ମାସ କୃଷ୍ଣପକ୍ଷ ପ୍ରତିପଦାଠାରୁ ଶ୍ରୀମନ୍ଦିରରେ ପଟ୍ଟ ଦିଅଁ ପୂଜା ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଁମାନଙ୍କୁ ଦର୍ଶନ କଲେ ଅଶେଷ ପୁଣ୍ୟ ଲାଭ ହୋଇଥାଏ ବୋଲି ବିଶ୍ୱାସ ରହିଛି।

- Advertisement -

ଶ୍ରୀ ଅନନ୍ତ ବାସୁଦେବ-ପ୍ରଭୁ ବଳଭଦ୍ର                     ମା’ ଭୁବନେଶ୍ବରୀ- ମା’ ସୁଭଦ୍ରା                ଶ୍ରୀନାରାୟଣ- ଶ୍ରୀଜଗନ୍ନାଥ

ଶ୍ରୀଜୀଉମାନଙ୍କ ପ୍ରତିନିଧି ସ୍ୱରୂପ ପଟ୍ଟିଦିଅଁ ପୂଜା କରାଯାଏ। ସୁଭଦ୍ରାଙ୍କ ପାଇଁ ଭୁବନେଶ୍ୱରୀ, ବଳଭଦ୍ରଙ୍କ ପାଇଁ ଅନନ୍ତବାସୁଦେବ ଓ ଶ୍ରୀଜଗନ୍ନାଥଙ୍କ ପାଇଁ ଶ୍ରୀନାରାୟଣଙ୍କୁ ପୂଜା କରାଯାଏ।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories