www.samajalive.in
Saturday, December 6, 2025
14.1 C
Bhubaneswar

ମଡେଲଙ୍କ ମୃତ୍ୟୁ ନେଇ ଆଇପିଏଲ୍‌ ଖେଳାଳିଙ୍କୁ ପଚରାଉଚରା କରିବ ପୁଲିସ

ସୁରଟ: ତାନିଆ ସିଂହ ନାମକ ଜଣେ ମଡେଲଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଥିବା ବେଳେ ଏ ସମ୍ପର୍କରେ ପଚରାଉଚରା ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଦଳ ସନ୍‌ରାଇଜର୍ସ ହାଇଦରାବାଦ୍‌ର ଖେଳାଳି ଅଭିଷେକ ଶର୍ମାଙ୍କୁ ପୁଲିସ ପଚରାଉଚରା କରିବ ବୋଲି ଜଣାପଡ଼ିଛି। ତାନିଆ ସିଂହଙ୍କ ମୃତଦେହ ସେ ରହୁଥିବା ଆପାର୍ଟମେଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ତାନିଆ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାନିଆ ଓ ଅଭିଷେକଙ୍କ ମଧ୍ୟରେ ବନ୍ଧୁତା ଥିବା ଏହି ମାମଲାର ତଦନ୍ତ କରୁଥିବା ପୁଲିସ ଜାଣି ପାରିଥିଲା। ଅଭିଷେକଙ୍କୁ ତାନିଆ ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ପଠାଇଥିଲେ ମଧ୍ୟ ଅଭିଷେକ ପ୍ରତ୍ୟୁତ୍ତର ଦେଇନଥିଲେ। ଅଭିଷେକ ଓ ତାନିଆଙ୍କ ମଧ୍ୟରେ ବନ୍ଧୁତା ଥିବା ଜଣାପଡ଼ିଥିବା ବେଳେ ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି ସୁରଟ ପୁଲିସ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ତାନିଆଙ୍କ ଫୋନ୍‌ ରେକର୍ଡକୁ ପୁଲିସ ଯାଞ୍ଚ କରୁଛି। ତାନିଆଙ୍କ ସହ ଯେଉଁମାନଙ୍କ ସମ୍ପର୍କ ଥିବା ଫୋନ ରେକର୍ଡରୁ ଜଣାପଡ଼ିବ ସେମାନଙ୍କୁ ଆବଶ୍ୟକସ୍ଥଳେ ପଚରାଉଚରା ପାଇଁ ଡକାଯିବ ବୋଲି ପୁଲିସ ସ୍ପଷ୍ଟ କରିଛି। ଅଲରାଉଣ୍ଡର ଅଭିଷେକ ଶର୍ମା ଦିଲ୍ଲୀ କ୍ୟାପିଟାଲ୍‌ସ ତରଫରୁ ନିଜ ଆଇପିଏଲ୍‌ କ୍ୟାରିୟର ଆରମ୍ଭ କରିଥିଲେ। ତାଙ୍କୁ ଦିଲ୍ଲୀ ଦଳ ୫୫ ଲକ୍ଷ ଟଙ୍କାରେ କିଣିଥିଲା। ୨୦୧୯ରେ ସେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳରେ ଯୋଗ ଦେଇଥିଲେ। ୨୦୨୨ ଖେଳାଳି ନିଲାମରେ ସନରାଇର୍ଜସ ଦଳ ଅଭିଷେକଙ୍କୁ ପୁନର୍ବାର ୬.୫ କୋଟି ଟଙ୍କା​‌େ​‌ର କିଣିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories