ମାଡ ମାରି ଲୁଟିନେଲେ ସୁନାଚେନ୍,ଟଙ୍କା
ସମ୍ବଲପୁର : ଧନୁପାଲି ଥାନା ଅନ୍ତର୍ଗତ ମାୟାବଗିଚା ଠାରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ପେନସନପଡା ନିବାସୀ ସଦାନନ୍ଦ ଲୁହା କୌଣଷି କାମରେ ଯାଉଥିବା ବେଳେ ମାୟାବଗିଚା ଠାରେ ୪ରୁ ୫ ଜଣ ଯୁବକ ଆକ୍ରମଣ କରି ୫ ହଜାର ଟଙ୍କା ସହ ସୁନାଚେନ୍କୁ ଲୁଟ କରିଥିଲେ। ଏହି ଆକ୍ରମଣରେ ସଦାନନ୍ଦ ଲୁହାଙ୍କ ମୁଣ୍ଡ ଫାଟି ସେ ଆହତ ହୋଇଥିବା ବେଳେ ଏନେଇ ଧନୁପାଲି ଥାନାରେ ଅଭିଯୋଗ ହୋଇଛି।
Comments are closed.