www.samajalive.in
Sunday, December 7, 2025
23.1 C
Bhubaneswar

ଏଣିକି ସାପକାମୁଡାରେ ହେବନି ମୃତ୍ୟୁ, ବୈଜ୍ଞାନିକମାନେ ପ୍ରସ୍ତୁତ କଲେ ଆଣ୍ଟିବଡି

ନୂଆଦିଲ୍ଲୀ : ପ୍ରତି ବର୍ଷ ସାପ କାମୁଡାରେ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି । ତେବେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ ଆସିପାରେ । ବୈଜ୍ଞାନିକମାନେ ଏମିତି ଏକ କୃତ୍ରିମ ଆଣ୍ଟିବଡି ଆଣ୍ଟିଭେନମ୍ ପ୍ରସ୍ତୁତ କରିବାରେ ସଫଳତା ପାଇଛନ୍ତି ଯାହା ସାପ ବିଷକୁ ନିଷ୍କ୍ରିୟ କରିଦେବ ।

ଏକ ଅଧ୍ୟୟନ ଅନୁସାରେ ଆମେରିକାର ସ୍କ୍ରିପ୍ସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ଗବେଷକମାନେ କହିଛନ୍ତି କି ଏହି ଅଧ୍ୟୟନ ଆଣ୍ଟିବଡି ସମାଧାନ ଦିଗରେ ଏକ ପଦକ୍ଷେପ, ଯାହା ସାପ ବିଷରୁ ଆମ ରକ୍ଷା କରିପାରିବ । ଆଇଆଇଏସସି ବେଙ୍ଗାଲୁରୁରେ ପିଏଚଡି କରୁଥିବା ସେନଜୀ ଲକ୍ଷ୍ମୀ କହିଛନ୍ତି କି ପ୍ରଥମ ଥର ସାପ ବିଷର ଉପଚାର ପାଇଁ ଆଣ୍ଟିବଡି ବିକଶିତ କରିବା ପାଇଁ ଏହି କୌଶଳ ଆପଣାଯାଇଛି ।

- Advertisement -

ଗବେଷକମାନେ କହିଛନ୍ତି କି ବିଶ୍ବରେ ସାପ କାମୁଡାରେ ମୃତ୍ୟୁକୁ ସମାପ୍ତ କରିବା ଆଣ୍ଟିବଡିର ଉଦ୍ଦେଶ୍ୟ ।  ଅଧ୍ୟୟନରେ ଜଣାପଡିଛି କି ଏହି ଆଣ୍ଟିବଡି ୩ ଏଫଟିର ୧୪୯ ଭେରିଏଣ୍ଟରୁ ୯୯ରେ ସଫଳ ହୋଇପାରେ । ମୂଷା ଉପରେ ଏହାର ପରୀକ୍ଷଣ କରାଯାଇଛି । ପରୀକ୍ଷଣରେ ଜଣାପଡିଛି କି ବିଷ ଦେବା ଫଳରେ ମୂଷା ୪ ଘଣ୍ଟା ଭିତରେ ମରିଗଲା । କିନ୍ତୁ ଯେଉଁ ମୂଷାକୁ ଏହି ଆଣ୍ଟିବଡି ଦିଆଗଲା ସେ ୨୪ ଘଣ୍ଟାରୁ ମଧ୍ୟ ଅଧିକ ସମୟ ଜୀବିତ ରହିଲା । ଏବଂ ତା ପରେ ମଧ୍ୟ ସୁସ୍ଥ ଥିବା ଜଣାପଡିଲା । ତେବେ ଏଥିରେ ଆଉ ପାଦେ ଆଗକୁ ଯାଇ ମାନବ ସମାଜର କଲ୍ୟାଣ ପାଇଁ ବ୍ୟବହାର କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories