www.samajalive.in
Saturday, December 13, 2025
23.1 C
Bhubaneswar

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ, ଆସୁଛି ୧୦ ଲକ୍ଷ କ୍ୟୁସେକ ଜଳ ; ଭୟଭୀତ ହେବାର ନାହିଁ: ଏସଆରସି

ଭୁବନେଶ୍ବର: ରାଜ୍ୟରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ସମ୍ପର୍କରେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଶୁକ୍ରବାର ତାଜା ସୂଚନା ଦେଇଛନ୍ତି। ସେ କହିଛନ୍ତି ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରୁ ୮ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳଭଣ୍ଡାରର ୩୬ ଗେଟ ଖୋଲାଯାଇଛି। ଆଜି ୬ ଲକ୍ଷ କ୍ୟୁସେକ ଜଳ ଛଡାଯାଉଛି। ଫଳରେ ତଳମୁଣ୍ଡ ପାଣିକୁ ମିଶାଇଲେ ମୁଣ୍ଡଳିରେ ୧୦ରୁ ସାଢେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ। ପୂର୍ବରୁ ମହାନଦୀ ସିଷ୍ଟମ ୧୬ ଲକ୍ଷ କ୍ୟୁସେକ ଯାଏ ଜଳ ପ୍ରବାହ ସମ୍ଭାଳିଛ। ତେଣୁ ୧୦ରୁ ସାଢେ ୧୦ ଲକ୍ଷରେ ଏକ ମଧ୍ୟମ ଧରଣର ବନ୍ୟା ଆଶା କରାଯାଉଛି। ବନ୍ୟା ମୁକାବିଲା ପାଇଁ ମହାନଦୀ ଅବବାହିକାରେ ସିଷ୍ଟମର ସବୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ରିଲିଫ ଓ ଇଦ୍ଧାର କାର୍ଯ୍ୟପାଇଁ ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମାନଙ୍କୁ ପଠାଯାଇଛି।

ସୁବର୍ଣ୍ଣରେଖା ରାଜଘାଟ ଠାରେ ଜଳସ୍ତର ସ୍ଥିର ଅଛି, ପରିସ୍ଥିତିରେ ସୁଧାର ଆଶିଛି। ବୁଢାବଳଙ୍ଗ ବିପଦ ସଙ୍କେତ ତଳେ ଅଛି, ଜଳସ୍ତର ମଧ୍ୟ କମି କମି ଚାଲିଛି। ବୈତରଣୀ ଆଖୁଆପଦାରେ ବିପଦ ସଙ୍କେତ ଉପରେ ଥିଲେ ବି ଜଳସ୍ତର କମୁଛି। ବୈତରଣୀ ନଦୀର ଦତ୍ତପୁର ଠାରେ ୮୦ ମିଟରର ଏକ ଘାଇ ହୋଇଛି। ବ୍ରାହ୍ମଣୀ ନଦୀ ଜଳସ୍ତର ସ୍ଥିର ଅଛି। ୨୪ ଘଣ୍ଟା ପରେ କମିବା ଆଶା କରାଯାଉଛି। ବ୍ରାହ୍ମଣୀ ନଦୀରେ ବରୀ ବ୍ଲକରେ ୧୪ଟି ଜାଗାରେ ଘାଇ ସୃଷ୍ଟି ହୋଇଛି। କାଣୀ ନଦୀରେ ଦଶରଥପୁର ବ୍ଲକର ନୂଆଶାସନ ଠାରେ ଘାଇ ହୋଇଛି।ଏହି କାନ୍ଥ ପଡ଼ି ଯାଜପୁରରେ ଜଣେ, ନୂଆପଡ଼ା କୋମନାରେ ଜଣହ୍କର ମୃତ୍ୟୁ ଘଟିଛି ।

Hot this week

ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି।...

ଚିନ୍ତାକଳ୍ପ : ସେବକ ନୁହେଁ, ସଖା

ପଞ୍ଜାବର ନାମୀ ସମାଜ ସଂସ୍କାରକ ଭାବରେ ଖ୍ୟାତି ଥିଲା ରାୟ ବାହାଦୁର...

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

Related Articles

Popular Categories