ବ୍ରଜରାଜନଗର: କୋଭିଡ ନିୟମ ଉଲଙ୍ଘନ ଅଭିଯୋଗରେ ଶୁକ୍ରବାର ରାଜପୁର ଦେଶୀ ମଦ ଭାଟି ବିରୋଧରେ ଜିଲା ପ୍ରଶାସନ ଏତଲା ଦାୟର କରିଛି। ଝାରସୁଗୁଡା ତହସିଲଦାର ତଥା କୋଭିଡ ମାଜିଷ୍ଟ୍ରେଟ ଦିଲୀପ ପ୍ରଧାନ ଆଜି ମଦ ଭାଟି ମ୍ୟାନେଜର ଅନୀଲ ସିଂଙ୍କ ନାମରେ ଗାନ୍ଧିଛକ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।
କୋଭିଡ ମାଜିଷ୍ଟ୍ରେଟ ଦିଲୀପ ପ୍ରଧାନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ରାଜପୁର ଦେଶୀ ମଦ ଭାଟିର ଜଣେ ଶ୍ରମିକ କରୋନା ଆକ୍ରାନ୍ତ ହେବା ପରେ ଗତ ୨୫ ତାରିଖରୁ ମଦ ଭାଟି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ହେଲେ ସରକାରଙ୍କ ଏହି କୋଭିଡ କଟକଣାକୁ ଅଣଦେଖା କରି ରାଜପୁର ଦେଶୀ ମଦ ଭାଟିରେ ମଦ ରନ୍ଧା ଓ ବିକ୍ରି କାର୍ଯ୍ୟ ଜାରି ରଖିଥିଲା। ତେଣୁ କୋଭିଡ ୧୯ ରେଗୁଳସନର ଧାରା ୧୮୮ ଉଲଙ୍ଘନ ହୋଇଥବାରୁ ଆଜି ମଦ ଭାଟି ବିରୋଧରେ ଗାନ୍ଧିଛକ ଫାଣ୍ଡିରେ ଅଭିଯୋଗ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।



