www.samajalive.in
Thursday, December 11, 2025
26.1 C
Bhubaneswar

୬ବର୍ଷରେ ଜନଧନ ଯୋଜନା : ୮କୋଟି ହିତାଧିକାରୀ ଡିବିଟି ମାଧ୍ୟମରେ ପାଉଛନ୍ତି ସରକାରୀ ସୁବିଧା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଜି ୬ବର୍ଷ ପୂରଣ କରିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କେନ୍ଦ୍ର ସରକାରଙ୍କ ଏକ ପ୍ରମୁଖ ଯୋଜନା ଯାହା ମାଧ୍ୟମରେ ପ୍ରତ୍ୟେକ ଲୋକଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରାଯିବାର ଲକ୍ଷ୍ୟ ରଖାଯାଇଛି। ୨୦୧୪ ଅଗଷ୍ଟ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଶୁଭାରମ୍ଭ କରାଯାଇଥିଲା ଓ ଦେଶର ପ୍ରତ୍ୟେକ ନାଗରିକଙ୍କୁ ବ୍ୟାଙ୍କିଂ ବ୍ୟବସ୍ଥାରେ ସାମିଲ କରିବା ଏହାର ଲକ୍ଷ୍ୟ ଥିଲା। ଦେଶର ଗରିବ ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୪୦କୋଟି ୩୫ଲକ୍ଷ ବ୍ୟାଙ୍କ ଜମାଖାତା ଖୋଲାଯାଇଥିଲା ଓ ଇତିମଧ୍ୟରେ ୧ଲକ୍ଷ ୩୧ହଜାର କୋଟି ଟଙ୍କା ସେହି ଜମାଖାତାଗୁଡ଼ିକୁ  ପଠାଯାଇଛି। ପ୍ରାୟ ୮କୋଟି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ହିତାଧିକାରୀ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ସିଧାସଳଖ ସୁବିଧା ହସ୍ତାନ୍ତର ମାଧ୍ୟମରେ ଲାଭ ପାଉଛନ୍ତି।

Image credit : informalnewz.com

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏହି ଯୋଜନା ଦେଶରେ ବ୍ୟାପକ ପରିବର୍ତ୍ତନ ଆଣିଦେଇଛି ଓ ଦାରିଦ୍ର୍ୟ ଦୂରୀକରଣ ପାଇଁ ଏକ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି। ଏହାଦ୍ବାରା ଦେଶର କୋଟି କୋଟି ଲୋକ ଉପକୃତ ହୋଇଛନ୍ତି। ଏ ସମ୍ବନ୍ଧରେ କିଛି ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି ଯେଉଁ ଲୋକମାନେ ବ୍ୟାଙ୍କିଂ ବ୍ୟବସ୍ଥାରେ ସାମିଲ ହୋଇନଥିବେ ସେମାନଙ୍କୁ ବ୍ୟାଙ୍କିଂ ସୁବିଧା ଯୋଗାଇବା ଲକ୍ଷ୍ୟରେ ୬ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆରମ୍ଭ କରାଯାଇଥିଲା। ସେ କହିଛନ୍ତି ଏହି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରୁ ସର୍ବାଧିକ ଲୋକ ଗ୍ରାମାଞ୍ଚଳରେ ରହିଛନ୍ତି ଓ ଅଧିକାଂଶ  ​ହେଉଛନ୍ତି​‌ ମହିଳା। ସେ କହିଛନ୍ତି ଏହି ଯୋଜନା ଯୋଗୁଁ ଅନେକ ପରିବାରର ଭବିଷ୍ୟତ ସୁରକ୍ଷିତ ହୋଇପାରିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ସଫଳତା ଦିଗରେ ଯେଉଁମାନେ ଅନବରତ କାର୍ଯ୍ୟ କରିଛନ୍ତି ଶ୍ରୀ ମୋଦୀ ସେମାନଙ୍କର ପ୍ରଶଂସା କରିଛନ୍ତି। ଏହି ଅବସରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ମୋଦୀ ସରକାରଙ୍କ ଜନମଙ୍ଗଳକାରୀ ଅର୍ଥନୈତିକ ବ୍ୟବସ୍ଥାର ଭିତ୍ତିଭୂମି ସାବ୍ୟସ୍ତ ହୋଇଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଷଷ୍ଠ ବାର୍ଷିକୀ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି, ମୋଟ୍‍ ଜମାଖାତାଧାରୀଙ୍କ ମଧ୍ୟରୁ ଶତକଡା ୬୩ଭାଗ ହେଉଛନ୍ତି କେବଳ ଗ୍ରାମାଞ୍ଚଳ।

Hot this week

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

Related Articles

Popular Categories