www.samajalive.in
Monday, December 8, 2025
14.1 C
Bhubaneswar

କଳାହାଣ୍ଡିରେ ରେକର୍ଡ ବର୍ଷା, ବିପଦ ସଙ୍କେତ ତଳେ ଜଳସ୍ତର; ଏସଆରସି ବିଷ୍ଣୁପଦ ସେଠୀ

ଭୁବନେଶ୍ୱର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସୃଷ୍ଟ ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଦୁଇ ସପ୍ତାହ ମଧ୍ୟରେ ରାଜ୍ୟରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିମଧ୍ୟରୁ କେତେକ ବନ୍ୟା ଜଳରେ ଭାସିଯାଇଥିବା ବେଳେ ଅନ୍ୟ ସାପ କାମୁଡ଼ାରେ ଏବଂ କାନ୍ଥ ଭୁଷୁଡ଼ି ପଡି ମୃତ୍ୟୁ ଘଟିଥିବା ବିଷ୍ଣୁପଦ ସେଠୀ ସ୍ପଷ୍ଟ କରିଛନ୍ତି। ଏହା ସହ ବର୍ଷା ପ୍ରଭାବିତ ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦିଆଯାଇଛି।

ଏସଆରସିଙ୍କ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଓ ବଲାଙ୍ଗିରର ୪ଟି ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକରେ ସର୍ବାଧିକ ୬୦୮ ମିମି ବର୍ଷା ହୋଇଥିବା ବେଳେ ଅନ୍ୟ ବ୍ଳକରେ  ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ଼ ହୋଇଛି। ସେହିପରି ଅନ୍ୟ ସ୍ଥାନମାନଙ୍କରେ ୩୦୦ରୁ ୪୦୦ ମିମି ବର୍ଷା ରେକର୍ଡ ହୋଇଛି। ରାଜ୍ୟର ୫ଟି ଜିଲ୍ଲା ବଲାଙ୍ଗୀର, ବୈାଦ୍ଧ, କଳାହାଣ୍ଡି, ସୋନପୁର, କନ୍ଧମାଳରେ ସ୍ୱଭାବିକ ଠାରୁ ଅଧିକ ବର୍ଷା ହୋଇଛି। କନ୍ଧମାଳ ଏନଏଚର ତୁମୁଡ଼ିବନ୍ଧ ଠାରେ ଧୋଇ ଯାଇଥିବା କଲଭର୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି। ବନ୍ୟା ପଭାବିତ ଅଞ୍ଚଳରେ ସ୍ଥିତି ମୁକାବିଲା ପାଇଁ ଅଗ୍ନିଶମ ବାହନୀ ଏବଂ ଓଡ଼୍ରାଫ ଟିମ ନିୟୋଜିତ ହୋଇଛନ୍ତି ବୋଲି ବିଷ୍ଣୁପଦ ସେଠୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories