mission shakti banner

ଟଳିଲା ସମ୍ଭାବ୍ୟ ବନ୍ୟା ଆଶଙ୍କା

BSKY banner  750×100
0

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ସମ୍ଭବ୍ୟ ବନ୍ୟା ସ୍ଥିତି ଟଳିଛି ବୋଲି ମଙ୍ଗଳବାର ଏସଆରସି ସୂଚନା ଦେଇଛନ୍ତି। ମହାନଦୀରେ ବନ୍ୟା ପରିସ୍ଥିତି ନ ଥିବା ବେଳେ ମୁଣ୍ଡଳିରେ ଜଳ ନିଷ୍କାସନ ହାର କମ ରହିଛି। ମୁଣ୍ଡଳିରେ ସାଢେ ୪ ଲକ୍ଷରୁ କମ୍ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଛି। ବୈତରଣୀ ନଦୀରେ ଜଳସ୍ତର ହ୍ରାସ ପାଇବା ସହ ବନ୍ୟା ଆଶଙ୍କା ନାହିଁ ବୋଲି ଏସଆରସି ଶ୍ରୀ ସେଠୀ ଗଣମାଧ୍ୟମରେ କହିଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଗସ୍ତରେ ଯାଇ ସମ୍ଭବ୍ୟ ବନ୍ୟା ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ବୋଲି ଜଣାପଡିଛି।

Leave A Reply